ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ନାହିଁ ବିଜେଡି । ଏ ନେଇ ବୟାନ ଦେଇଛନ୍ତି ବିଜେଡ଼ିର ବରିଷ୍ଠ ନେତା ମହେଶ ସାହୁ । ସେ କହିଛନ୍ତି ଉପରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ଦିଆଯିବ ସୁପ୍ରିମୋ ନିଷ୍ପତ୍ତି ନେବେ। କିନ୍ତୁ ମୋର ଅନୁଭବ, ଏନଡିଏ ପ୍ରାର୍ଥୀକୁ ଆଦୌ ସମର୍ଥନ ଦେବୁନି । ୱାକ୍ଫରେ କ’ଣ ହୋଇଥିଲା ଏବେ ଆଲୋଚନାର ବିଷୟ ନୁହେଁ। ବିଗତ ଦିନରେ ନରେନ୍ଦ୍ର ମୋଦୀ ଓଡ଼ିଶାର ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଆମେ ତାକୁ ସମର୍ଥନ କରିଥିଲୁ । ହେଲେ ଏବେ ସେ ପରିସ୍ଥିତି ନାହିଁ । ତେଣୁ ସମ୍ପୂର୍ଣ୍ଣ ବିରୋଧ ହେବ । ସୂଚନାଯୋଗ୍ୟ ଯେ, ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଉପରାଷ୍ଟ୍ରପତି ପଦ । ଏଥିପାଇଁ ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଛି । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଉପରାଷ୍ଟ୍ରପତି ପଦ ପାଇଁ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଗୁରୁବାର ଅଧିସୂଚନା ମଧ୍ୟ ଜାରି ହେବା ସହିତ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ନାମାଙ୍କନ ଦାଖଲ ନେଇ ସମୟ ଆରମ୍ଭ ହେବା ସହିତ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଉଭୟ ଇଣ୍ଡି ମେଣ୍ଟ ଏବଂ ଏନଡିଏ ମେଣ୍ଟ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । Post navigation ହୋମ୍ଗାର୍ଡ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ପୁଣି ଭରତପୁର ଥାନା ନାଁରେ ସାଙ୍ଘାତିକ ଅଭିଯୋଗ; ହତ୍ୟାକୁ ଆତ୍ମହତ୍ୟା ବୋଲି ଦର୍ଶାଇବାକୁ କରାଯାଉଛି ବାଧ୍ୟ