BJD stops Niranjan Bishi from traveling to America

ମୁଣ୍ଡ ଉପରେ ନୂଆପଡ଼ା ଉପନିର୍ବାଚନ । ଏ ନେଇ ସରଗରମ ହେଉଛି ରାଜନୈତିକ ପାଣିପାଗ । ନଭେମ୍ବର ୧୧ରେ ନିର୍ବାଚନ ଥିବାବେଳେ ପ୍ରଚାର ପ୍ରସାର ଜୋରଦାର ଚାଲିଛି । ବିଜେପି, ବିଜେଡି ଓ କଂଗ୍ରେସ, ୩ ପ୍ରମୁଖ ଦଳର ନେତା ନୂଆପଡ଼ାରେ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା ଆରମ୍ଭ କରିଦେଇଛନ୍ତି । ତେବେ ଏସବୁ ଭିତରେ ବିଜେଡିର ଜଣେ ଆଗଧାଡ଼ିର ନେତା ତଥା ବିଜେଡି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ହଠାତ କୁଆଡ଼େ ଉଭାନ ହୋଇଯାଇଥିଲେ । ଏ ନେଇ ହରଡ଼ଘଣାରେ ପଡ଼ିଥିଲା ବିଜେଡି ।

ବିଶିଙ୍କ ଅନୁପସ୍ଥିତି ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଥିଲା । ନିରଞ୍ଜନ ବିଶି ଜଣେ ଆଦିବାସୀ ନେତା ହୋଇଥିବା ବେଳେ ସେମାନଙ୍କ ସହିତ ତାଙ୍କର ଭଲ ସମ୍ପର୍କ ମଧ୍ୟ ରହିଛି । ନୂଆପଡ଼ା ଏକ ଆଦିବାସୀ ଅଞ୍ଚଳ ହୋଇଥିବା ବେଳେ ଭୋଟରଙ୍କ ସହ ସୁସମ୍ପର୍କ ସ୍ଥାପନ ପାଇଁ ଶ୍ରୀ ବିଶି ସଂଯୋଜକ ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ଉପରେ ଭରସା କରି ଦଳର ମୁଖିଆ ନବୀନ ପଟ୍ଟନାୟକ ତାଙ୍କୁ ଏହି ଗୁରୁଦାୟିତ୍ୱ ଦେଇଥିଲେ । ଦୁଇଦିନ ତଳେ ନିର୍ବାଚନ ମଇଦାନରେ ସକ୍ରିୟ ଥିବାବେଳେ ହଠାତ ତାଙ୍କର ଦେଖା ନଥିଲା ।

ନିରଞ୍ଜନ ଏବେ ନୂଆପଡ଼ାରେ ଅଛନ୍ତି ନା ଓଡ଼ିଶାରେ ଅଛନ୍ତି ନା ଆମେରିକା ପଳେଇଲେ, ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଏସବୁ ଭିତରେ ବିଜେଡି ଉପର ମହଲାରୁ ଖବର ପାଇଥିଲା ଯେ, ନିରଞ୍ଜନ ବିଶି ସଂସଦୀୟ କାମରେ ଆମେରିକା ଗସ୍ତ ବାହାନା କରି ଖସି ଗଲେଣି । ଏହା ଜାଣିବା ପରେ ଦଳ ଆକ୍ସନ ମୋଡକୁ ଆସିଥିଲା ।

ଏହା ପରେ ନିରଞ୍ଜନଙ୍କୁ ଫେରାଇ ଆଣିବା ପାଇଁ ନବୀନ ନିବାସରୁ ଫୋନ କରି ବାଧ୍ୟ କରାଯାଇଥିଲା । ଏଭଳି ଗୁରୁଦାୟିତ୍ୱ ଛାଡି ଯାଇପାରିବନି ବୋଲି କୁହାଯାଇଥିଲା । ବିଜେଡିର ଏକ ଟିମ ଯାଇ ମୁମ୍ବାଇରୁ ନିରଞ୍ଜନଙ୍କୁ ଫେରାଇ ଆଣିଥିଲେ । ମୁମ୍ବାଇରୁ ସିଧା ରାୟପୁର ଏୟାରପୋର୍ଟ ଆସିଥିଲେ । ସେଠାରୁ ପୁଣି ଖରିଆର ରୋଡ ଆସି ଏବେ ନୂଆପଡ଼ାରେ ପ୍ରଚାର କରୁଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *