ସମ୍ବିଧାନ ଦିବସରେ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦକୁ ବାଦ ଦିଆଯିବା ନେଇ ଡବଲ ଇଂଜିନ ସରକାରକୁ କଡ଼ା ସମାଲୋଚନା କରିଛି କଂଗ୍ରେସ।ଦଳ ଅଭିଯୋଗ କରିଛି, ଏ ଷଡଯନ୍ତ୍ର କେନ୍ଦ୍ର ସରକାର କରିଥିଲେ। ଯେଉଁଥି ପାଇଁ ବିଜେପି ଆଜି ବି ଧର୍ମନିରପେକ୍ଷ କଥା କହିପାରୁନି। ଏ ସରକାର ଧର୍ମନିରପେକ୍ଷ, ସମାଜବାଦକୁ ମାନୁନାହାନ୍ତି। ଏହାକୁ ସଂଶୋଧନ କରନ୍ତୁ ସରକାର। ସେମାନେ ଏହାକୁ ମାନିବାକୁ ବାଧ୍ୟ ବୋଲି ନବୀନ ବାବୁ କହିଛନ୍ତି | ଧର୍ମନିରପେକ୍ଷ ଓ ସମାଜବାଦ, ଏ ଦୁଇ ଶବ୍ଦ ଭାରତୀୟ ସମ୍ବିଧାନର ମୂଳମନ୍ତ୍ର। ହେଲେ ଓଡ଼ିଶା ବିଧାନସଭାରେ ଥିବା ସମ୍ବିଧାନ ବହିରେ ଏ ଦୁଇ ଶବ୍ଦ ନାହିଁ। ୧୯୭୬ରେ ଏ ଦୁଇ ଶବ୍ଦ ଯୋଡ଼ା ଯାଇଥିଲା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇ ଏ ୨ ଶବ୍ଦ ବାଦ ଦିଆଯାଇପାରିବ ନାହିଁ ବୋଲି ରାୟ ଦେଇଛନ୍ତି।ତଥାପି ବିଜେପି ଏହାକୁ ଅବମାନନା କରିଛି | ସମ୍ବିଧାନ ଦିବସରେ ସମ୍ବିଧାନକୁ ରାଜ୍ୟ ସରକାର ହତାଦର କରିଛନ୍ତି ବୋଲି କହିଛି ବିଜେଡ଼ି। ବିଜେପି ଏହାକୁ ପ୍ରତ୍ୟାହାର କରୁ l ବିଧାନସଭାରେ ସମ୍ବିଧାନକୁ ଏପରି ଅବମାନନା କେବେ ଗ୍ରହଣ କରାଯିବ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ବିଜେଡ଼ି ସୁପ୍ରିମୋ । Post navigation ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ, ଫଟୋ ହେଲା ଭାଇରାଲ ନୂଆଦିଲ୍ଲୀ ରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା କୁ ରୌପ୍ୟ ପଦକ