ଶଙ୍ଖ ଭବନ ପ୍ରସଙ୍ଗରେ ବିଜେଡିର ପ୍ରେସମିଟରେ ରାଜସ୍ବମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି । ବିଜେଡି କହିଛି ବେଆଇନ ନୁହେଁ ଶଙ୍ଖ ଭବନ । ଶଙ୍ଖ ଭବନକୁ ନେଇ ବିଭ୍ରାନ୍ତି କରାନଯାଉ । ଆଇନ ଆଧାରରେ ନିର୍ମାଣ ହୋଇଛି ଶଙ୍ଖ ଭବନ । ଅନ୍ୟପଟେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ନିଜ ସୋସିଆଲ ମିଡ଼ିଆ ରେ ଟୁଇଟ୍ କରି ଲେଖିଛନ୍ତି ଶଙ୍ଖ ଭବନ ଜମି ଲିଜ୍ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟ ଏଥରେ କୌଣସି ଅସଙ୍ଗତି ନାହିଁ । ରାଜସ୍ବ ମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି, ଯେଉଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକର ନିଷ୍ପତ୍ତା ଅନୁଯାୟୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ପାଇଁ ଜମି ଆବଣ୍ଟିତ ହୋଇଥିଲା, ସେହି ସମାନ ନିଷ୍ପତ୍ତ ବଳରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ ଜମି ପ୍ରଦାନ କରାଯାଇଥିଲା । ଜମି ଆବଣ୍ଟନ ପାଇଁ ବିଧୂ ଅନୁଯାୟୀ ବିଜେଡି ଆବେଦନ କରିଥିଲା ଏବଂ ସରକାରୀ ସ୍ତରରେ ଯାହା ନିର୍ଦ୍ଦେଶ ଦିଆଯାଇଥୁଲା, ତାକୁ ଅନୁପାଳନ ମଧ୍ୟ କରିଥିଲା । ଏଥିରେ କୈାଣସି ପ୍ରକାରର ତ୍ରୁଟି ବିଚ୍ୟୁତି ନାହିଁ । ନୂଆ ମନ୍ତ୍ରୀ ହୋଇଥିବା ଶ୍ରୀ ପୂଜାରୀ ସମସ୍ତ ତଥ୍ୟ ସଂକ୍ରାନ୍ତିରେ ଅବଗତ ନ’ହୋଇ ଗଣମାଧ୍ଯମ ସାମ୍ନାକୁ ଆସି ମନଇଛା ବକ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାରୀ ନିଷ୍ପତ୍ତ ଅନୁଯାୟୀ ଅତ୍ୟନ୍ତ ସ୍ବଛତାର ସହ ବିଜେଡି ସମସ୍ତ କାର୍ଯ୍ୟ କରିଛି Post navigation ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ତିଥି ଭୋଜନ ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ