ଶଙ୍ଖ ଭବନରେ ଆଜି ଦରଦାମ ବୃଦ୍ଧିକୁ ନେଇ ପ୍ରେସମିଟ କରିଛି ବିଜେଡି । ପ୍ରେସମିଟ୍ ମାଧ୍ୟମରେ ବିଜେଡି କହିଛି ଦିନକୁ ଦିନ ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କୁ ବେଶ ବଢୁଛି ଏବଂ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଦରଦାମ ନିୟନ୍ତ୍ରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି ।

ଅନ୍ୟପଟେ ଦରଦାମ ନିୟନ୍ତ୍ରଣକୁ ନେଇ ମନ୍ତ୍ରୀଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ ନିନ୍ଦା କରଯାଇଛି ବିଜେଡି । ବିଜେଡି କହିଛି ଦରଦାମ ବୃଦ୍ଧି ପାଇଁ ପିଲାଙ୍କ ମଧ୍ୟାହ୍ନ ଭୋଜନ ଉପରେ ପ୍ରଭାବ ପଡୁଛି । ପନିପରିବା ଓ ରାସନ୍ ସାମଗ୍ରୀର ଦର ବୃଦ୍ଧି ଯୋଗୁ ପିଲାମାନେ ସ୍କୁଲରେ ଠିକ ରେ ଖାଦ୍ୟ ଖାଇପରୁନଥିବା ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *