ମହାନଦୀ ଜଳ ବିବାଦକୁ ନେଇ ଆଜି ବିଜେଡିର ବରିଷ୍ଠ ନେତା ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମହାନଦୀ ଜଳ ବିବାଦକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ସମାଲୋଚନା ପରେ ଆଜି ସ୍ପଷ୍ଟୀକରଣ ରଖିବା ସହ କାଉଣ୍ଟର କରିଛି ବିଜେଡି। ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରତାପ ଜେନା ଆଜି ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ସାମ୍ୱାଦିକ ସମ୍ମିଳନୀରେ ଦେବୀ ମିଶ୍ର କହିଛନ୍ତି ମହାନଦୀ ଓଡ଼ିଶାର ଜୀବନଧାରା ।

ହୀରାକୁଦ ଉପରମୁଣ୍ଡରେ ବେଆଇନ ନିର୍ମାଣ ହୋଇଛି । ଆଇନ ଉଲ୍ଲଂଘନ କରି ଛତିଶଗଡ଼ ନିର୍ମାଣ କରୁଥିଲା । ମହାନଦୀ ବିବାଦକୁ ନେଇ ବିଜେଡି ଧ୍ୟାନ ଆକର୍ଷଣ କରିଛି । ବାରମ୍ବାର ଏନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛି ବିଜେଡି । ଉଚ୍ଚସ୍ତରୀୟ ବୈଠକରେ ମଧ୍ୟ ନବୀନ ଏହି ପ୍ରସଙ୍ଗ ଉଠାଇଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବି ପ୍ରସଙ୍ଗ ଉଠାଇଛନ୍ତି । ଏନେଇ କେନ୍ଦ୍ର ନିରବ ରହିବା ଦୁର୍ଭାଗ୍ୟଜନକ ।

ସେ ଆଉ ମଧ୍ୟ କହିଛନ୍ତି ପୂର୍ବ ସରକାର ଉପରେ ଦୋଷ ଲଦିବା ଠିକ୍‌ ନୁହେଁ ।

Leave a Reply

Your email address will not be published. Required fields are marked *