ଥମିବାର ନାଁ ଧରୁନି ଭୁବନେଶ୍ୱର ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ। ଆଜି ସିଧାସଳଖ ଦୁଇ ବରିଷ୍ଠ ନେତାଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବରିଷ୍ଠ ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର। ନାଁ ନନେଇ ଅଶୋକ ପଣ୍ଡା, ଅନନ୍ତ ଜେନାଙ୍କ ଆଡ଼କୁ ଇଙ୍ଗିତ କଲେ ବିରଞ୍ଚି। ୨୨ ଜଣ କର୍ପୋରେଟର କାଲି କାହା ନିର୍ଦ୍ଦେଶରେ ପ୍ରେସ୍‌ମିଟ୍ କରିଥିଲେ। ପ୍ରେସ୍‌ମିଟ କରିବା ପୂର୍ବରୁ ଦଳର ସଭାପତି କି ଜିଲ୍ଲା ସଭାପତିଙ୍କ ଅନୁମତି ନେଇଥିଲେ କି ? ଜଣେ ହାରିଥିବା ଓ ଜିତିଥିବା ବିଧାୟକ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି। କର୍ପୋରେଟରଙ୍କୁ ନେଇ ଉଭୟ ଗ୍ରୁପିଜିମ୍‌ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି।ନିଜ ପରାଜୟର ସମୀକ୍ଷା ନକରି ଦୁହେଁ ଗୋଷ୍ଠୀ ତିଆରି କରୁଛନ୍ତି। ବିରଞ୍ଚିଙ୍କ ଏଭଳି ଆରୋପ ନେଇ ଏଯାଏଁ ଅଶୋକ ଓ ଅନନ୍ତଙ୍କ ପ୍ରତିକ୍ରିୟା ମିଳିନି।

Leave a Reply

Your email address will not be published. Required fields are marked *