ଲୋକଲୋଚନରେ ରହିବା ପାଇଁ ବିଜେଡି ବ୍ୟର୍ଥ ପ୍ରୟାସ ଜାରୀ ରଖିଛି ବୋଲି କହିଛନ୍ତି ସାଂସଦ ବଳଭଦ୍ର ମାଝୀ ।

ବିନା ତଥ୍ୟ ଆଧାରରେ ଅଭିଯୋଗ କରିବା ବିଜେଡିର ଚିରାଚରିତ ଅଭ୍ୟାସ ଏବଂ ନିର୍ବାଚନ ସରିବାର ୬ ମାସ ପରେ ବିଜେଡି ଆଜି ଅଭିଯୋଗ କରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ସାଂସଦ ବଳଭଦ୍ର ମାଝୀ କହିଛନ୍ତି ।

ଗତ ସାଧାରଣ ନିର୍ବାଚନରେ କୈାଣସି ଅନିୟମିତତା ହେବାର ସ୍ପଷ୍ଟ ପ୍ରମାଣ ବିଜେଡି ପାଖରେ ନାହିଁ । ଭୋଟ ଦେବା ସମୟ ସଂଧ୍ୟା ୬ଘଟିକା ଯାଏ ଥିଲା ଏବଂ ସମ୍ବେଦନଶୀଳ ବୁଥମାନଙ୍କରେ ୫ଘଟିକା ପର୍ଯ୍ୟନ୍ତ ଥିଲା । ଏହି ସମୟସୀମା ବାହାରେ କୌଣସି ବୁଥରେ ଭୋଟ ହୋଇନାହିଁ ।

ନିର୍ବାଚନରେ ହାରିଯିବା ଏବଂ କ୍ଷମତାରୁ ହଟିଯିବା ଦୁଃଖକୁ ବିଜେଡି ଦଳ ସହ୍ୟ କରିପାରୁନାହାନ୍ତି । ଅନ୍ୟର ସମୟ ନଷ୍ଟ ନକରି ବିଜେଡି ନେତୃବୃନ୍ଦ ନିଜ ହାରିବାର ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ସାଂସଦ ମାଝୀ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *