ରାଜ୍ୟସଭାରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ । ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ପ୍ରଶ୍ନ ବଣରେ ବିଜେପିକୁ ଘାଇଲା କରିଛନ୍ତି ସୁଲତା, ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲନଥିବା କହିଥିଲେ । ଆଉ ମଧ୍ୟ କୁହାଯାଇଥିଲା ନବୀନଙ୍କୁ ବନ୍ଦୀ କରି ରଖାଯାଇଛି ଏବଂ ବିଜେପି ସରକାର ଆସିଲେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରିବାକୁ ଏକ କମିଟି ଗଠନ କରାଯିବ। କିନ୍ତୁ ରାଜ୍ୟରେ ବିଜେପି ସରକାର ଶପଥ ନେବା ବେଳେ ମଞ୍ଚରେ ନବୀନ ଓ ମୋଦୀ ଉପସ୍ଥିତ ଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ଜାଣିପାରିଥିବେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି । ତାହେଲେ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଏମିତି ମିଛ ପ୍ରଚାର କାହିଁକି କରୁଥିଲେ ? ନିର୍ବାଚନ ପ୍ରଚାର ସମୟରେ ବିଜେପି କହିଥିଲା, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ତାମିଲନାଡୁ ଚାଲି ଯାଇଛି । କିନ୍ତୁ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ସ୍ପଷ୍ଟ କରିଛନ୍ତି ଚାବି ସୁରକ୍ଷିତ ଅଛି । ତାହେଲେ ନିର୍ବାଚନ ବେଳେ ଏମିତି ମିଛ କାହିଁକି କହୁଥିଲେ ?

ବିଜେପି ସରକାରକୁ ଆସିଲେ ୬ ଦିନରେ ରତ୍ନଭଣ୍ଡାର ଖୋଲାଯିବ କୁହାହେଇଥିଲା କିନ୍ତୁ ଏବେ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲିଲାନି କାହିଁକି ଏହା କଣ ଚକ୍ରାନ୍ତ ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ସୁଲତା । ବିଜେପି ଆଉ ମଧ୍ୟ କହିଥିଲା ବିଜେପି ସରକାରକୁ ଆସିଲେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାକୁ । ସରକାରକୁ ଆସିବା ପରେ ଭକ୍ତଙ୍କ ପାଇଁ ୪ ଦ୍ୱାର ଖୋଲିଲେ କିନ୍ତୁ ସ୍ଥିତି ଏମିତି ହେଲା ଯେ, ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି ହେଲା । ତେଣୁ ପୁଣିଥରେ ସେହି ଗୋଟିଏ ଦ୍ୱାର ଦେଇ ପ୍ରବେଶ ଓ ୩ ଦ୍ୱାର ବାଟେ ବାହାରକୁ ଛାଡିଲେ ।

ସେହିଭଳି ନିଟ ପରୀକ୍ଷାକୁ ନେଇ ସୁଲତା କହିଛନ୍ତି, ନିଟ୍ ଘୋଟାଲା କରି ଯୁବବର୍ଗଙ୍କ ସ୍ୱପ୍ନ ପୂରା କରୁଛନ୍ତି ସରକାର । ପୂରା ଶିକ୍ଷା ବିଭାଗ ହିଁ ସବୁଠୁ ବଡ ସ୍କାମ । ଓଡ଼ିଶାରୁ ରେଲୱେ ସିଂହଭାଗ ରାଜସ୍ୱ ପାଉଛି, କିନ୍ତୁ ଏବେ ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାକୁ ରେଳ ସଂଯୋଗ ହୋଇନାହିଁ । ଯେଉଁ ଓଡ଼ିଶାରେ ଯେତେବେଳେ ଟ୍ରେନ୍ ସଂଯୋଗ ନାହିଁ ସେତେବେଳେ ବୁଲେଟ ଟ୍ରେନର ସୁନେଲୀ ସ୍ୱପ୍ନ ଦେଖାଯାଉଛି ।

ସେ ଆଉ ମଧ୍ୟ କହିଛନ୍ତି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ କେନ୍ଦ୍ରରେ ସ୍ଥିର ଓ ବହୁମତର ସରକାର ଚାଲିଛି । କିନ୍ତୁ ବାସ୍ତବରେ କେନ୍ଦ୍ରରେ ମେଣ୍ଟ ସରକାର ଚାଲିଛି । ରାଷ୍ଟ୍ରପତି ବୋଧେ ନିର୍ବାଚନ ଫଳାଫଳ ବାବଦରେ ସ୍ପଷ୍ଟ ସୂଚନା ପାଇନାହାନ୍ତି ।

Leave a Reply

Your email address will not be published. Required fields are marked *