ଆଜି ବିଜେପି ବିଧାୟକଙ୍କ ମନ୍ତବ୍ୟକୁ ନେଇ ସରଗରମ ହୋଇଛି ବିଧାନସଭା ଗୃହ । ଆଜି ପବିତ୍ର ଗୃହରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ ନେଇ ଏବେ ରାଜ୍ୟ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି। ଗୃହର ପ୍ରଶ୍ନୋତ୍ତରକାଳରେ ବିରୋଧୀ ଏବଂ ଶାସକ ମଧ୍ୟରେ ହାତାହାତି ହୋଇଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଗୃହ ପରିସରରେ ବିଜେପି ବିଧାୟକଙ୍କ ଗୁଣ୍ଡାରାଜକୁ ବିରୋଧ କରିଛି ବିଜେଡ଼ି। ବିଜେଡ଼ି ସଦସ୍ୟମାନେ ଲଣ୍ଠନ ପ୍ରତିବାଦ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ସମ୍ମୁଖରେ ଲଣ୍ଠନ ଧରି ପ୍ରତିବାଦ କରିଛନ୍ତି । ଦଳର ସଦସ୍ୟମାନେ ହାତରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ବିଜେଡିର ସମସ୍ତ ବିଧାୟକ ଲଣ୍ଠନ ଧରି ପ୍ରଥମେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଥିଲେ । ଏହାପରେ ବିଧାନସଭା ମଧ୍ୟରେ କୋଠରୀରୁ କୋଠରୀକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଛନ୍ତି । ଏନେଇ ଦଳ ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ହଜି ଯାଇଛନ୍ତି । ତାଙ୍କୁ ଖୋଜିବା ପାଇଁ ଲଣ୍ଠନ ଧରି ବାହାରିଛୁ । Post navigation ବିଧାନସଭାରେ ଅଭାବନୀୟ ପରିସ୍ଥିତି: ତାରା ବାହିନୀପତି, ଜୟନାରାୟଣ ହାତାହାତି ବିଧାନସଭାରେ ହାତାହାତି ପରିସ୍ଥିତି ପରେ ବିଜେପି ଡାକିଲା ବିଧାୟକ ଦଳ ବୈଠକ