ବିଜେଡିରୁ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା । ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦେଲେ ଇସ୍ତଫା । ଦଳର ଅଣଦେଖା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅକ୍ଟୋବରରେ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ଦେଇଥିବା କହିଲେ ପ୍ରେମାନନ୍ଦ। କିଛି ଦିନ ପୂର୍ବରୁ ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକ ବିଜେଡି ଛାଡ଼ି ଦେଇଛନ୍ତି କି ବୋଲି ଚର୍ଚ୍ଚା ଜୋର ଧରିଥିଲା । ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ରାଜନୈତିକ ସଭାରେ ଦଳର ସବୁ ବିଧାୟକ ଓ ନେତା ଯୋଗଦେଇଥିବା ବେଳେ ପ୍ରେମାନନ୍ଦ ଅନୁପସ୍ଥିତି ରହିଥିଲେ । କେନ୍ଦୁଝରରରେ ଅନେକ ସମାବେଶରେ କେନ୍ଦୁଝର ଜିଲ୍ଲା ବିଜେଡିର ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତା, ବିଧାୟକ ଉପସ୍ଥିତ ରହୁଥିଲେ । ମାତ୍ର ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ସମାବେଶରେ ଦେଖିବାକୁ ମିଳୁନଥିଲା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ସମ୍ଭବ ହେଉନଥିଲା। ୨୦୧୯ରେ ସେ ଯାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ତାଙ୍କୁ ଦଳକୁ ଅଣାଗଲା। ଇସ୍ତଫା ଦେଲାପରେ ମଧ୍ୟ ତାଙ୍କ ସହ କୌଣସି ଆଲୋଚନା କରାଗଲା ନାହିଁ। ବାଧ୍ୟ ହୋଇ ସେ ଦଳ ଛାଡିଥିବା ଘୋଷଣା କରିଛନ୍ତି ପ୍ରେମାନନ୍ଦ। Post navigation ଦେଶରେ ମୋଦି ଲହର, ଓଡ଼ିଶାରେ ବଢ଼ିବ ବିଜେପି: ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ସର୍ଭେ ଗୋପାଳପୁରରୁ ବିଜେଡି ପାର୍ଥି ହେବେ ବିକ୍ରମ ପଣ୍ଡା