ଦୁର୍ଗା ମେଢ଼ ଦେଖିବାକୁ ଆସି ହରଡ଼ଘଣାରେ ପଡ଼ିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ନିଜ ନିର୍ବାଚନ ମଣ୍ଡଳୀରେ ଦୁର୍ଗାପୂଜା ମଣ୍ଡପ ବୁଲୁଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଖେରଙ୍ଗ ପଞ୍ଚାୟତର ଲୋକ ‘ଭତ୍ତା ଚୋର’ କହି ଶ୍ରୀ ରାୟଙ୍କୁ ଅଟକାଇଥିଲେ । ପଞ୍ଚାୟତବାସୀ ତୀବ୍ର ବିରୋଧ କରି ହାତାହାତି ପରିସ୍ଥିତି ସୃଷ୍ଟି ହେବାରୁ ମାଡ଼ ଭୟରେ ବ୍ୟୋମକେଶ ସେଠାରୁ ଖସି ପଳାଇଥିଲେ । ଭତ୍ତା ଚୋର ନାରା ଦେଇ ଗାଁରୁ ତଡ଼ିବା ସହ ଆଗାମୀ ଦିନରେ ମଧ୍ୟ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହିଭଳି ଭାବେ କ୍ଷମତାର ଅପବ୍ୟବହାର ବିଜେଡି ନେତା ଅରାଜକତା ଚଲାଇଛନ୍ତି । ଏ ନେଇ ଚାନ୍ଦବାଲି ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ବିଧାୟକ ବ୍ୟୋମକେଶ ରାୟଙ୍କ ପାଇଁ ଏଭଳି ଘଟଣା କିଛି ନୂଆ ନୁହେଁ । ସେ ପୂର୍ବରୁ ଅନେକ ବିବାଦରେ ଫସି ସାରିଛନ୍ତି । ଲୋକଙ୍କ ଅଧିକାର ଛଡ଼ାଇ ନେଉଥିବା ବିଧାୟକଙ୍କ ଧୂଲେଇ କରିଛନ୍ତି ସାଧାରଣ ଜନତା । ନିଜ ନିର୍ବାଚନ ମଣ୍ଡଳୀରେ ଯଦି ଏଭଳି ଦୟନୀୟ ଅବସ୍ଥା, ଅନ୍ୟ ସ୍ଥାନରେ କେତେ ସୁରକ୍ଷିତ ବା ଗ୍ରହଣୀୟ ତାହା ସ୍ପଷ୍ଟ ଅନୁମେୟ । ସରକାରୀ କର୍ମଚାରୀଙ୍କ ସହ ମିଶି ଅଭାବୀ ଲୋକଙ୍କ ଭତ୍ତା ଚୋରି କରି ବିଳାସମୟ ଜୀବନ ବଞ୍ଚୁଛନ୍ତି । ହେଲେଲୋକେ ଏହାର ଉଚିତ ଜବାବ ଦେବା ଆରମ୍ଭ କଲେଣି ଓ ଆଗକୁ ମଧ୍ୟ ଏହି ବିରୋଧ ପର୍ଯ୍ୟାୟ ଜାରି ରହିବ । Post navigation ଆଜି ମା’ଙ୍କ ଭସାଣି; ମଦ ବିକ୍ରି ଉପରେ କଟକଣା ଅବହେଳାରୁ ଚୌଦ୍ବାର ଜେଲରୁ ୨ ବିହାରୀ ଡକାୟତ ଫେରାର; ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ