୨୦୧୯ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରେ ୬ଜଣ ଭାଜପା ବିଧାୟକ ଏବଂ ୩ଜଣ ବିଜେଡ଼ି ବିଧାୟକ ରହିଥିଲେ । ମୟୂରଭଞ୍ଜ ଲୋକସଭା ସାଂସଦ ମଧ୍ଯ ଭାଜପାର ରହିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ତାଙ୍କ ଚାକିରୀ ଜୀବନରେ ପ୍ରଥମ ଜିଲ୍ଲାପାଳ ଭାବେ ମୟୂରଭଞ୍ଜରେ କାର୍ଯ୍ୟ କରିଥିଲେ । ମୟୂରଭଞ୍ଜରେ ଭାଜପା ପ୍ରଭାବକୁ ଲୋପ କରି ବିଜଦର ସଫଳତା ହାସଲ କରିବା ପାଇଁ ସମସ୍ତ ପ୍ରୟାସ କରିଥିଲେ ଭି.କେ. ପାଣ୍ଡିଆନ । ଭାଜପାର ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡ଼ୁ ଏବଂ ୬ଜଣ ଭାଜପାର ବିଧାୟକଙ୍କୁ ଜିଲ୍ଲା ପ୍ରଶାସନ ଅଣଦେଖା କରୁଥିଲା । ଏଥିପାଇଁ ଭି.କେ.ପାଣ୍ଡିଆନଙ୍କ ଅଲିଖିତ ନିର୍ଦ୍ଦେଶ ରହିଥିଲା । ଭାଜପା ସାଂସଦ ଓ ବିଧାୟକ ମାନେ ସବୁକ୍ଷେତ୍ରରେ ଅସଫଳ ହେଲେ ବିଜଦକୁ ୨୦୨୪ ମସିହା ନିର୍ବାଚନରେ ସଫଳତା ମିଳିବ ବୋଲି ଭି.କେ. ପାଣ୍ଡିଆନଙ୍କ ରାଜନୈତିକ ଯୋଜନା ରହିଥିଲା ।

ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବିଜଦ କାର୍ଯ୍ୟକ୍ରମରେ ପରିଣତ କରାଯାଇଥିଲା। ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଭାଜପାର କେନ୍ଦ୍ରମନ୍ତ୍ରୀ ବିଧାୟକମାନଙ୍କୁ ଦେଖିବାକୁ ମିଳୁନଥିଲା । ଭି.କେ. ପାଣ୍ଡିଆନଙ୍କ ସମସ୍ତ ରାଜନୈତିକ କୌଶଳ ଏବଂ ସର୍ବାଧ‌ିକ ନିର୍ବାଚନୀ ପାଣ୍ଠି ପ୍ରଦାନ ପ୍ରଶ୍ନ ସତ୍ତ୍ବେ ୨୦୨୪ ମସିହା ନିର୍ବାଚନରେ ମୟୂରଭଞ୍ଜରେ ବିଜଦ ନିଜର ସତ୍ତା ହରାଇଛି । ମୟୂରଭଞ୍ଜ ଲୋକସଭା ଆସନ ଏବଂ ସମସ୍ତ ୯ଟି ବିଧାନସଭା ଆସନ ଲାଜପା ଦଖଲ କରି ଐତିହାସିକ ସଫଳତା ଲାଭ କରିଛି ।

୨୪ ବର୍ଷ ବିଜଦ ରାଜ୍ୟ ଶାସନ କାଳରେ ମୟୂରଭଞ୍ଜର ବିଜଦ ନେତାମାନେ ବିଭିନ୍ନ ଉପାୟରେ ଲାଭବାନ ହୋଇଛନ୍ତି । ମୟୂରଭଞ୍ଜରେ ବିଜଦ ସତ୍ତା ହରାଇବା ଏବଂ ଭାଜପା ରାଜ୍ୟ ସରକାର ଗଠନ ପରେ ଜିଲ୍ଲାର ବିଜଦ ନେତାମାନେ ଚିନ୍ତାଗ୍ରସ୍ତ ହୋଇଛନ୍ତି । ନିଜ ନିଜର ର ରାଜନୈତିକ ଭବିଷ୍ୟତ ବିଜଦ ନେତାମାନେ ଭାଜପାର ନିକଟତର ହେଉଥ‌ିବାର ଲକ୍ଷ୍ୟ କରାଯାଉଛି ।

Leave a Reply

Your email address will not be published. Required fields are marked *