ଯାଜପୁରରେ ଧର୍ମଶାଳା ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ ଘଟଣା ନେଇ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ରଖିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ମୁଁ ଏହି ଘଟଣା କୁ ନିନ୍ଦା କରୁଛି | ବିଧାୟକଙ୍କୁ ଆକ୍ରମଣରେ ସଂପୃକ୍ତଙ୍କୁ ଖୋଜି ବାହାର କରାଯାଉ| ଭାଇଙ୍କୁ କହିଛି ଥାନାରେ ବସିବାକୁ, ସଂପୃକ୍ତ ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବବି ଦାସ ବୟାନ ଦେଇଛନ୍ତି | ସେ କହିବା ଅନୁଯାୟୀ ବିରଜା ପ୍ରକଳ୍ପ କୁ ନେଇ ପ୍ରଶାସନ ବିରୁଦ୍ଧରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ | ବିଧାୟକ ସେଇ ରାସ୍ତା ଦେଇ ଯାଉଥିବା ବେଳେ ବିଧାୟକ ଙ୍କ ସେମାନଙ୍କ ସହ ବଚସା ଓ ମତଭେଦ ହୋଇଥିଲା | ଏନେଇ ବବିଦାସ ଅବଗତ ନୁହନ୍ତି ବୋଲି ଗଣମାଧ୍ୟମ କୁ ଜଣାଇଛନ୍ତି | ମିଳିଥିବା ସୂଚନା ଅନୁସାରେ, ବିଧାୟକ ହିମାଂଶୁ ସାହୁ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ହଠାତ୍ କିଛି ଲୋକ ଆସି ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ଗାଡି ଭଙ୍ଗାରୁଜା କରିବା ସହିତ ବବି ଦାସ ପଠାଇଥିବା କହିଥିଲେ । ଏ ନେଇ ନିଜେ ବିଧାୟକ ଅଭିଯୋଗ କରିଛନ୍ତି । Post navigation ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଚ୍ଚସ୍ତରୀୟ କମିଟି ଗଠନ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହେବ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ