ଦିନକୁ ଦିନ ତେଜିଛି ଭୁବନେଶ୍ବର ବିଜେଡି ଦଳର ଭିତର ବିବାଦ। ସେଥିପାଇଁ ବିଜେଡି ତରଫରୁ ଆରମ୍ଭ ହୋଇଛି ଆକ୍ସନ ପ୍ରକ୍ରିୟା । ଦଳରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ୪ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଜିଲ୍ଲା ସଭାପତି ସୁଶାନ୍ତ ରାଉତ । ୨ ନେତା ଓ ୨ କର୍ପୋରେଟରଙ୍କୁ ନୋଟିସ୍ ଜାରି କରାଯାଇଛି । କର୍ପୋରେଟର ବିରଞ୍ଚି ମହାସୁପକାର ଓ ଅମରେଶ ଜେନାଙ୍କ ସମେତ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଚିବ ବିବେକ ସ୍ବାଇଁ ଏବଂ ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ପାତ୍ରଙ୍କୁ ଦଳରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ନୋଟିସ ଜାରି କରାଯାଇଥିବା ସୂଚନା । ୧୫ ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ।

 

Leave a Reply

Your email address will not be published. Required fields are marked *