ନୂଆପଡ଼ା ଉପନିର୍ବାଚନ ପାଇଁ ଷ୍ଟିୟରିଂ ଓ ଜୋନାଲ୍‌ କମିଟି ଗଠନ କଲା ବିଜେଡି । ନୂଆପଡା ଉପନିର୍ବାଚନକୁ ନଜରରେ ରଖି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ବରିଷ୍ଠ ନେତାମାନଙ୍କୁ ନେଇ ତିନୋଟି କମିଟି ଗଠନ କରିଛନ୍ତି। ଦଳର ବରିଷ୍ଠ ନେତାଙ୍କୁ ନେଇ ଷ୍ଟିଅରିଂ କମିଟି, ଜୋନାଲ୍ କମିଟି ଏବଂ ଲୋକାଲ୍ ଆକ୍ସନ କମିଟି ଗଠନ କରିଛନ୍ତି ବିଜେଡି।

ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ନିରଞ୍ଜନ ବିସି ଏବଂ ଏମଡି ଆୟୁବ ଖାନଙ୍କ ଭଳି ବରିଷ୍ଠ ନେତାଙ୍କୁ ନେଇ ୬ ସଦସ୍ୟ ବିଶିଷ୍ଟ ଷ୍ଟିୟରିଂ(ପରିଚାଳନା) କମିଟିରେ ନିଯୁକ୍ତ କରାଯାଇଛି।

ସେହିପରି ୬ ଜିଲ୍ଲା ପରିଷଦ ଏବଂ ୪ ୟୁଏଲବି ଜୋନକୁ ନେଇ ୧୦ ସଦସ୍ୟ ବିଶିଷ୍ଟ ଜୋନାଲ କମିଟି ଗଠନ କରାଯାଇଛି। ଏହି କମିଟିର ସଦସ୍ୟମାନେ ହେଲେ କଳିକେଶ ନାରାୟଣ ସିଂହ ଦେଓ (ନୂଆପଡା ଏନଏସି), ସାରଦା ନାୟକ (ନୂଆପଡା ଏନଏସି), ସୁଦାମ ମାରାଣ୍ଡି, ଦେବେଶ ଆଚାର୍ଯ୍ୟ, ସରୋଜ ମେହେର, ମନୋହର ରନ୍ଧାରୀ, ରୋହିତ ପୂଜାରୀ (ଖରିଆର ଏନଏସି), ପ୍ରଦୀପ ମାଝୀ, ଯୋଗେଶ ସିଂହ ଏବଂ ବିକ୍ରମ ପଣ୍ଡା (ଖରିଆର ଏନଏସି) ।

ସେହିପରି ଲୋକାଲ ଆକ୍ସନ କମିଟିରେ ୩ ବରିଷ୍ଠ ନେତା । ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ସଭାପତି ଅବନୀ ଯୋଶୀ ଓ ମନୋଜ ମିଶ୍ର ଲୋକାଲ ଆକ୍ସନ କମିଟି ସଦସ୍ୟ ରହିଛନ୍ତି ।

Leave a Reply

Your email address will not be published. Required fields are marked *