ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ଶିଜିମାଳି ଖଣି ଅଞ୍ଚଳରେ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଘଟିଥିବା ହିଂସାତ୍ମକ ସଂଘର୍ଷ ଏକ ଗୁରୁତର ଓ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏହି ଘଟଣାକୁ ଗଭୀର ଭାବେ ଗ୍ରହଣ କରି ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ତଥ୍ୟାନୁଷ୍ଠାନ କରିବା ସହ ଗ୍ରାମବାସୀଙ୍କ ସହ ସକ୍ଷାତ୍ କରି ସମସ୍ତ ପରିସ୍ଥିତି ବିଷୟରେ ଅବଗତ ହୋଇଛନ୍ତି । ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି ଯେ, ଅଞ୍ଚଳରେ ଉଦ୍ଭବିତ ଏହି ପରିସ୍ଥିତି ପଛରେ ଥିବା କାରଣ ଓ ଲୋକମାନଙ୍କ ଅସନ୍ତୋଷକୁ ସଠିକ ଭାବେ ବୁଝିବା ଅତ୍ୟାବଶ୍ୟକ । ଆଦିବାସୀ ଭାଇଭଉଣୀମାନଙ୍କର ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାରକୁ ସମ୍ମାନ ଦେଇ ସମସ୍ତ ଉନ୍ନୟନ କାର୍ଯ୍ୟ ହେବା ଉଚିତ ବୋଲି ଦଳ ମତ ପ୍ରକାଶ କରିଛି । ଶାନ୍ତିପୂର୍ଣ୍ଣ ପରିବେଶ ରକ୍ଷା କରି ଲୋକମାନଙ୍କ ମତାମତକୁ ସମ୍ମାନ ଦେଇ ସମସ୍ୟାର ସ୍ଥାୟୀ ସମାଧାନ କରାଯିବାକୁ ଦଳ ଦାବି କରିଛି । ଏହି ଗସ୍ତ ସମୟରେ ଆଠଗଡ ବିଧାୟକ ରାଜା ସ୍ୱାଇଁ, ବିଜେଡି ରାୟଗଡ଼ା ଜିଲ୍ଲା ସଭାପତି ଜଗନ୍ନାଥ ସାରକା, କୋରାପୁଟ ଜିଲ୍ଲା ସଭାପତି ଝିନ୍ନ ହିକକା, ପୂର୍ବତନ ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝି, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ବିଜେଡି କୋରାପୁଟ ଲୋକସଭା ପ୍ରାର୍ଥୀନୀ କୌଶଲ୍ୟା ହିକୋକା, ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମାରୀ ସରସ୍ୱତୀ ମାଝି, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମାରୀ ସସ୍ମିତା ମେଲକା, ବିଜେଡି ରାୟଗଡ଼ା ଜିଲ୍ଲା କାର୍ଯ୍ୟକାରି ସଭାପତି ପି. ଗୌରୀ ଶଙ୍କର ରାଓ, ଡବଲେଶ୍ୱର ନାଏଡୁ ଓ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଶେଷରେ, ଅଞ୍ଚଳରେ ଶାନ୍ତି ଓ ସମ୍ବାଦ ମାଧ୍ୟମରେ ସମସ୍ୟାର ସମାଧାନ ହେବା ଉଚିତ ବୋଲି ପ୍ରତିନିଧି ଦଳ ମିଡିଆ ମାଧ୍ୟମରେ ଅଭିବ୍ୟକ୍ତି କରିଥିଲେ । Post navigation Llligal Gas Cylinder: ମୋହନା ହାଇସ୍କୁଲ ଛକ ନିକଟରୁ ୫୧ ବେଆଇନ୍ ଗ୍ୟାସ୍ ସିଲିଣ୍ଡର ଜବତ