ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ମାଡ଼ ଘଟଣାରେ ସାରା ରାଜ୍ୟରେ ଉତ୍ତେଜନା ଲାଗି ରହିଛି। ସାହାଯ୍ୟ ପାଇଁ ଯାଇଥିବା ବେଳେ ପୋଲିସର ଏଭଳି ଅମାନୁଷିକ ଓ ବର୍ବର କାଣ୍ଡ ପାଇଁ ଆସନ୍ତା ୨୪ ତାରିଖରେ ବିଜେଡି ପକ୍ଷରୁ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଛି। ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବନ୍ଦ ଡାକରା ଦିଆଯାଇଛି। ନେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି। କେବଳ ଭୁବନେଶ୍ୱର ଓ ସଂଲଗ୍ନ ଅଞ୍ଚଳରେ ବନ୍ଦ ପାଳନ କରାଯିବ।

ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଏହା ଏକ ଅମାନୁଷିକ ଘଟଣା। ଏସଆଇଟି ତଦନ୍ତ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଛୁ।

ଏହି ଘଟଣାକୁ ନେଇ କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ଅସନ୍ତୋଷର ନିଆଁ ଲାଗିଛି। ଏ ନେଇ ଦୁଇଦିନ ତଳେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *