ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଆଜି ଆଉ ୬ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି । କେନ୍ଦୁଝର ପାଇଁ ଦଳ ଆଶିଷ ଚକ୍ରବର୍ତ୍ତୀଙ୍କ ନାଁ ଘୋଷଣା କରିଥିବା ବେଳେ ଭୁବନେଶ୍ବର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ପାଇଁ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୂରଭଞ୍ଜ-୨: ଦେବାଶିଷ ମାରାଣ୍ଡିଙ୍କ ନାଁ ଘୋଷଣା କରିଛି। ସେହିପରି ସମ୍ବଲପୁର ପାଇଁ ରୋହିତ ପୂଜାରୀ ଏବଂ ବଲାଙ୍ଗୀର ପାଇଁ ସରୋଜ ମେହେରଙ୍କୁ ଦାୟିତ୍ୱ ଦେଇଛି ବିଜେଡି। ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ଯେଉଁଥିରେ ୧୮ ଜିଲ୍ଲାର ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ଥିଲେ। Post navigation ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦ; ମୁହଁ ଖୋଲିରେ ମମତା ବାନାର୍ଜୀ ବଳକା ଦାରୁରେ ନିର୍ମାଣ ହୋଇନି ଜଗନ୍ନାଥ ମୂର୍ତ୍ତି: ଆଇନମନ୍ତ୍ରୀ