ଆସନ୍ତାକାଲି ଆସିବ ନୂଆପଡ଼ା ଉପନିର୍ବାଚନର ରେଜଲ୍ଟ । ତାପୂର୍ବରୁ ବଡ଼ ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ନୂଆପଡା ଉପ ନିର୍ବାଚନରେ ୪୧ ଟି ବୁଥରେ ଭୋଟ ହାର ୯୧ ପ୍ରତିଶତରୁ ଅଧିକ ହେବା ପରେ ବୁଥ ରିଗିଙ୍ଗର ଅଭିଯୋଗ ଆଣିଲା ବିଜେଡ଼ି । ଆଜି ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ଉପରେ ବର୍ଷୀଲା ବିଜେଡ଼ି । ସାମ୍ବାଦିକ ସମ୍ମିଳନୀ ମଧ୍ୟରେ ବିଜେଡ଼ି ଉପ ସଭାପତି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ନୂଆପଡାରେ ପ୍ରଥମେ ୭୫ ପ୍ରତିଶତ ପୋଲିଙ୍ଗ କୁହାଗଲା ପରେ କୁହାଗଲା ୮୩ ପ୍ରତିଶତରେ ପହଁଚିଲା । ପୋଲିଙ୍ଗ ବଢିଲେ ଭଲ କିନ୍ତୁ ଯେଉଁଭଳି ଢଙ୍ଗରେ ଏହାକୁ କୁହାଗଲା ତାକୁ ଆମେ ବିରୋଧ କରୁଛୁ । ୪୧ଟି ବୁଥରେ ଭୋଟ ହାର ୯୦ ପ୍ରତିଶତରୁ ଅଧିକ ହୋଇଛି କୁହାଗଲା । ପୂର୍ବରୁ ନୂଆପଡାରେ ଉପ ନିର୍ବାଚନ ହୋଇଛି ସେଥିରେ ଏହି ବୁଥ ରେ ଏତେ ପରିମାଣର ମତଦାନ ହୋଇଥିବାର ନଜର ନାହିଁ ।ଜନଦେଶ ନା ଯନ୍ତ୍ରାଦେଶ, ନିର୍ବାଚନ କମିଶନ ସ୍ପଷ୍ଟ କରନ୍ତୁ ।

ସେହିପରି ବିଜେଡ଼ି ମିଡ଼ିଆ ସଂଯୋଜକ କହିଛନ୍ତି ପୋଲିସ ଓ ପ୍ରଶାସନ ଏଭଳି କରାଇଦିଆଗଲା ଯେମିତି ଶାସକ ଦଳକୁ ସୁହାଇବ । ନିର୍ବାଚନ ଫ୍ରି ଆଣ୍ଡ ଫେୟାର ନଥିଲା ଯଦି ଥିଲା କେବଳ ସରକାରୀ ଦଳ ପାଇଁ । ମତଦାନକୁ ପ୍ରଭାବିତ କରିବା ପାଇଁ । ଅଘଟଣ କରାଯାଇଛି ବିଜେପି ବା ସରକାରୀ ଦଳକୁ ସାହାଯ୍ୟ କରିବା ପାଇଁ । ୯୦ ପ୍ରତିଶତ ମାନବୀୟ ସ୍ତରରେ ଏହା ଅସମ୍ଭବ । ସିଇଓ ଏହା ସ୍ପଷ୍ଟ କରନ୍ତୁ, ସନ୍ଧ୍ୟା ୫ ଯାଏଁ ୭୫ ପ୍ରତିଶତ । ହଠାତ ସନ୍ଧ୍ୟା ୫ ପରେ ୮୩ ପ୍ରତିଶତ ହୋଇଗଲା, ଯାହା ଗ୍ରହଣୀୟ ନୁହେଁ । ୪୧ ଟି ବୁଥରେ ୯୦ ପ୍ରତିଶତ ମତଦାନ ହୋଇଥିବା ବୁଥର ସିସିଟିଭି ଦାବି କଲା ବିଜେଡ଼ି ।

ନୂଆପଡାରେ ଉପ ନିର୍ବାଚନ ଅବାଧ ଏବଂ ନିରପେକ୍ଷ ହେଉ ବୋଲି ବିଜେଡ଼ି ଜୋର ଦେଇଆସିଥିଲା କିନ୍ତୁ ନୂଆପଡା ଅବାଧ ଏବଂ ନିରପେକ୍ଷ ନିର୍ବାଚନ ହୋଇନାହିଁ, ଯଦି ହୋଇଛି ବିଜେପି ଅବା ସରକାରୀ ଦଳ ପାଇଁ ବୋଲି ଅଭିଯୋଗ ଆଣିଲା ବିଜେଡ଼ି । ଏହି ୯୧ ପ୍ରତିଶତ ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି । ନିର୍ବାଚନ କମିସନଙ୍କୁ ଏହି ଅଘଟଣ ନେଇ ବିଜେଡି ଜଣାଇଛିଏହାସହ ସାଇଲେନ୍ସ ପିରିଅଡ ଭିତରେ ବିଜେପି ନେତା ମନ୍ତ୍ରୀ ନୂଆପଡା ଛାଡିଲେ ନାହିଁ ।

ଲେଖାଶ୍ରୀ ସମାନ୍ତସିଂହାର କହିଛନ୍ତି ପ୍ରଚାର ସମୟରେ ସବୁ ଦଳ ନେତା ଥିଲେ । ଯାହା ଅନୁଭବ ହେଲା ଯେ ନିର୍ବାଚନ ଦାୟିତ୍ୱରେ ଥିବା ୬ ସରକାରୀ ଅଧିକାରୀମାନେ ହିଁ ଦାୟିତ୍ୱରେ ଖିଲାପ କରିଛନ୍ତି । ଶାସକ ଦଳକୁ ଜିତାଇବାକୁ ସେମାନେ ଉପରୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଜେଡିକୁ ପ୍ରଶାସନ କି ଆଇ ଜି ବିଜେଡିକୁ ଭେଟିଲେନି । ଅଭିଯୋଗ ଶୁଣିବେନି କେମିତି ? ବିଜେପିକୁ ଛାଡ଼ ଥିଲା । ନିର୍ଦ୍ଧାରିତ ସମୟ ପରେ ବି ବିଜେପି ପ୍ରଚାର କଲେ । ବୁଥରେ ପ୍ରାର୍ଥୀ, ବିଜେପି ନେତାଙ୍କ ଫୋଟୋ ବଣ୍ଟା ଗଲା । ୯ତାରିଖରେ ବୁଥ ଭିତରେ ବିଜେପି ପ୍ରାର୍ଥୀଙ୍କ ଫୋଟୋ ବାଣ୍ଟିଲେ । ଭିଡିଓ ଦେବାରୁ ସିଇଓ ନ ଶୁଣି ଏହାକୁ ବୁଥ ବାହାର ଭିଡିଓ ବୋଲି କହିଲେ, ଜିଲ୍ଲାପାଳ ଲୁଚିଲେ ଓ ବିଜେଡିକୁ ଭବଟିବାକୁ ଡରିଲେ । ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ବିଜେପିର ବୁଥ ରିଗିଙ୍ଗ ସ୍ପଷ୍ଟ ହେଉଛି । ଯାହା ସରକାରୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରବ ହୋଇଛି ।  ରିଗିଙ୍ଗ ପରେ ଯେଉଁ ଫଳାଫଳ ଆସିବ, ତାକୁ ବିଜେଡି ସ୍ୱୀକାର କରିବ ନାହିଁ । ପୁନଃ ନିର୍ବାଚନ ପାଇଁ ଦାବି କରିବୁ ।

Leave a Reply

Your email address will not be published. Required fields are marked *