ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖାଯାଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ଏହା ସମ୍ଭବ ହେବ କି ନାହିଁ ବିଜେଡି ପ୍ରଶ୍ନ ଉଠାଇଛି ବୋଲି ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିବାକୁ ଆହ୍ବାନ ଦିଆଯିବାର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଚିଠି ଲେଖାଯାଇନି। ମୁଖ୍ୟମନ୍ତ୍ରୀ ନେତାଙ୍କ ଚାପରେ ୟୁ ଟର୍ନ ମାରନ୍ତି ବୋଲି ବିଜେଡି ଅଭିଯୋଗ ଆଣିଛି। ମୁଖ୍ୟମନ୍ତ୍ରୀ ଭୟଭୀତ ନହୋଇ ଚିଠି ଲେଖନ୍ତୁ ବୋଲି ବିଜେଡି ଆଉ ଥରେ ଆହ୍ୱାନ ଦେଇଛି।

ଯଦି ୨୪ ଘଣ୍ଟା ଭିତରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ପର୍କରେ ଚିଠି ନ ଲେଖନ୍ତି ତେବେ ଇଛାଶକ୍ତି ନାହିଁ ବୋଲି ପ୍ରମାଣ ହୋଇଯିବ। ପ୍ରଧାନମନ୍ତ୍ରୀ ଓଡିଶା ଆସୁଥିବା ବେଳେ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଉପସ୍ଥିତ ରହିବେ। ତେବେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ନା ଚୁପ ରହିବେ ସେ ନେଇ ପ୍ରଶ୍ନ ଉଠିଛି। ଡବଲ ଇଞ୍ଜିନ କି ଡବଲ ଡବା ଜଣାପଡିବ ବୋଲି କହିଛନ୍ତି ସସ୍ମିତ ପାତ୍ର।

Leave a Reply

Your email address will not be published. Required fields are marked *