ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପିବାରେ ଲାଗିଛି। ବିଭିନ୍ନ ବ୍ଲକ ଅଞ୍ଚଳ ପରେ ଏବେ କଣାସ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଥିବା ଅଭିଯୋଗ ଆସିଛି। ଅଭିଯୋଗ ପରେ ସତ୍ୟାସତ୍ୟ ଜାଣିବା ପାଇଁ କୁକୁଡ଼ାଙ୍କ ଲାଳ ରକ୍ତ ନମୁନା ଭୋପାଳ ପରୀକ୍ଷାଗାରାକୁ ପଠାଯାଇଛି। ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ୫ଟି ମଲା କୁକୁଡ଼ା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ପଜିଟିଭ ଆସିଲେ ପ୍ରଶାସନ ପଵାକ୍ୟରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି। ବାର୍ଡ ଫ୍ଲୁ ସଂକ୍ରମଣ ବଢ଼ୁଥିବାରୁ କୁକୁଡ଼ା ଚାଷୀ ଓ ଫାର୍ମ ମାଲିକ ଚିନ୍ତାରେ ପଡିଛନ୍ତି। ପୁଣି ଆଜି ଜିଲ୍ଲାର ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ପାଇଁ ପୁରୀ ପ୍ରଶାସନ ନିଷ୍ପତ୍ତି ନେବା ପରେ ଫାର୍ମ ମାଲିକଙ୍କ ଚିନ୍ତା ବଢିଯାଇଛି। Post navigation ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ ପ୍ୟାରିସରେ ଭାରତକୁ ଗୌରବାନ୍ବିତ କରିଥିବା ପାରା ଅଲିମ୍ପିଆନ୍ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ