ରାଜଧାନୀରେ ବିଜୁ ମହିଳା ଜନତା ଦଳର ଗର୍ଜନ। ବିଜେଡି ନେତ୍ରୀ ଲେଖାଶ୍ରୀଙ୍କୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗରେ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି କରିଛି ବିଜୁ ମହିଳା ଜନତା ଦଳ । ଗିରଫ ଦାବି ନେଇ ମହିଳା ବିଜେଡି ଭୁବନେଶ୍ବର ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଯାଏ ପ୍ରତିବାଦ ରାଲି କରିଛି । ଏଥିରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ନାରାବାଜି କରିବା ସହ କୁଶ ପୁତ୍ତଳିକା ଜଳାଇ ପ୍ରତିବାଦ କରିଥିବା ଦେଖାଯାଇଛି । ଏହି ରାଲିରେ ବିଜେଡିର ବହୁ ମହିଳା ନେତ୍ରୀ ଓ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ବିଜେଡି କହିଛି ମହିଳା ସମ୍ମାନ ପାଇଁ ଆମେ ଏହି ବିକ୍ଷୋଭ କରାଯାଉଛି । ବିଜେପି ସରକାରରେ ପ୍ରତିଦିନ ମହିଳା ନିର୍ଯାତନା ବଢ଼ିବାରେ ଲାଗିଛି । ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦିଆଯାଉଛି । ରାଜ୍ୟ ସରକାର ଏଥି ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ଆଗକୁ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି କହିଛି ବିଜେଡି। ଅନ୍ୟପଟେ ଏହି ପ୍ରସଙ୍ଗରେ ବିଧାୟକ ସନ୍ତୋଷ ଖଟୁଆ ସ୍ପଷ୍ଟୀକରଣ ରଖି ସାରିଥିବା କହିଛି ବିଜେପି । ବିଜେପି କହିଛି ଆମ ସରକାର ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇ ଆସିଛନ୍ତି ଆଗକୁ ମଧ୍ୟ ଦେବେ । କିନ୍ତୁ ସନ୍ତୋଷ ଖଟୁଆ ନିଜେ ସ୍ପଷ୍ଟୀକରଣ ରଖି ସାରିବା ପରେ, ତାକୁ ରାଜନୈତିକ ମୁଦା ବନେଇବା ଠିକ ନୁହେଁ। ସୂଚନା ଯୋଗ୍ୟ; କିଛି ଦିନ ତଳେ ଲେଖାଶ୍ରୀ ଏକ ପ୍ରେସ ବାର୍ତ୍ତାରେ ପ୍ରଥମେ ବିଧାୟକ ସନ୍ତୋଷ ଖଟୁଆଙ୍କ ପ୍ରତି କଟୁ ଶବ୍ଦ ପ୍ରୟୋଗ କରିଥିଲେ।। ଏହାର ପ୍ରତିକ୍ରିୟାରେ ସନ୍ତୋଷ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ବିଧାୟକଙ୍କ ଏଭଳି ଅଭାଷା ସମ୍ବଳିତ ଭିଡିଓ ବାଇଟକୁ ସୋସିଆଲ ମିଡିଆରେ ପୋଷ୍ଟ୍ କରିବା ସହ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୟାଗ୍ କରିଥିଲେ ଲେଖାଶ୍ରୀ । ଏହା ସହ ସନ୍ତୋଷଙ୍କୁ ମହିଳା ବିରୋଧୀ ବୋଲି ଦର୍ଶାଇବା ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଭୁବନେଶ୍ବର ମହିଳା ଥାନାରେ ବି ମାମଲା ରୁଜୁ ହୋଇଥିଲା । Post navigation ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ କାର୍ ଭିତରୁ ମିଳିଲା ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା