ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗୁଳୁଗୁଳି ସହ ତାତିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଆଜି ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଆଜି ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହେବା ସହ ସମ୍ବଲପୁରରେ ୪୨.୭ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଏହାପରେ ହୀରାକୁଦରେ ଆଜି ତାପମାତ୍ରା ୪୧.୭ ଡିଗ୍ରି ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାରେ ୪୧.୬ ଡିଗ୍ରି, ବାଲେଶ୍ୱରରେ ୩୯.୭ ଡିଗ୍ରି, ରାଉରକେଲାରେ ୩୯.୬ ଡିଗ୍ରି ଓ ଚାନ୍ଦବାଲିରେ ୩୯.୪ ଡିଗ୍ରି ରେକର୍ଡ ହୋଇଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ୪୦.୪ ଡିଗ୍ରି ସହ ଚଳିତବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଗତକାଲି ଭୁବନେଶ୍ବର ତାପମାତ୍ରା ୪୦.୨ ହୋଇଥିଲା ଆଜି ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୦.୪ ଛୁଇଁଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *