ଭୁବନେଶ୍ବର ନିକୋ ପାର୍କର ହେବ ନବ କଳେବର । ଓଡ଼ିଶା ସରକାର ଭୁବନେଶ୍ୱରର ‘ନିକ୍କୋ ପାର୍କ’ ଭାବରେ ଜଣାଶୁଣା ବିଡିଏ ସିଟି ସେଣ୍ଟରର ଏକ ବ୍ୟାପକ ପୁନଃବିକାଶ କରିବେ।  ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ୩ଟି ପର୍ଯ୍ୟାୟରେ ୨ ଶହ କୋଟି କରି ମୋଟ୍‌ ୬ ଶହ କୋଟି ଖର୍ଚ୍ଚ ହେବ । ପିଲାଙ୍କ ମନୋରଞ୍ଜନ ସହ ମାର୍କେଟ କମ୍ପ୍ଲେକ୍ସ ଓ ଫୁଡ୍‌ ପାର୍କ ନିର୍ମାଣ ହେବ  ।

ଦୀର୍ଘ ସାତମାସ ପୂର୍ବେ ଭୁବନେଶ୍ବର ନିକୋ ପାର୍କ ଜୋନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପରାମର୍ଶ ଦେଇଥିଲେ। ଲେକ୍‌ ଜୋନ୍‌ର ୩.୨୬୦ କିଲୋମିଟର ଅଞ୍ଚଳକୁ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବରେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସୌନ୍ଦର୍ଯ୍ୟକରଣ ସହିତ ଆଲୋକୀକରଣ, ସାଇକେଲ ଟ୍ରାକ୍‌, ଆୟୁର୍ବେଦିକ ପାର୍କ, ଫୁଟ୍‌ ଓଭରବ୍ରିଜ୍ ଭଳି ଆଧୁନିକ ସୁବିଧା ଯୋଗାଇବାର ଲକ୍ଷ୍ୟ ରଖାଯାଇଛି।

ଏହି ପ୍ରକଳ୍ପର ଲକ୍ଷ୍ୟ ପୁରୁଣା ସ୍ଥାନକୁ ଏକ ଆଧୁନିକ ସହରାଞ୍ଚଳ ମନୋରଞ୍ଜନ କେନ୍ଦ୍ରରେ ପରିଣତ କରିବା । ଏହି ନବୀକରଣ ୨୦୨୬ ମସିହାରେ ଆରମ୍ଭ ହେବ ଏବଂ ସହରରେ ସାର୍ବଜନୀନ ସୁବିଧା ଏବଂ ବିଶ୍ରାମ ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରାଯିବ।

Leave a Reply

Your email address will not be published. Required fields are marked *