ଚଳିତ ମୌସୁମୀ ବର୍ଷା ମାଡ଼ରେ ଗତକାଲି ରାଜଧାନୀ ଭୁବନେଶ୍ୱରରେ ଯେଉଁଭଳି ସ୍ଥିତି ଉପୁଜିଥିଲା । ବର୍ଷା ହେବାମାତ୍ରେ ରାଜଧାନୀ ଭୁବନେଶ୍ୱର ଜଳବନ୍ଦୀ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ବିଭିନ୍ନ ବିଭାଗ ଭିତରେ ସମନ୍ୱୟ ଅଭାବରୁ ଜଳବନ୍ଦୀ ହେଉଛି । କେହି କାହା କାମ ସଠିକ୍ ଭାବେ ନ କରିବାରୁ ଜଳବନ୍ଦୀ ସମସ୍ୟା ହେଉଛି । ଆମେ ସବୁବେଳେ ଚାହୁଁଛୁ ଲୋକ ହଇରାଣ ନ ହୁଅନ୍ତୁ । ଏ ବର୍ଷ ବହୁତ ନୂଆ ଡ୍ରେନ୍ ହେଉଛି । ଯେଉଁଠି ଯାଇ ଡ୍ରେନର ସବୁ ଅଳିଆ ପଡୁଛି ଗଙ୍ଗୁଆକୁ ସଫା କରିବା ଦରକାର , ଆମେ ସରକାରଙ୍କୁ ଏ ବିଷୟରେ ଅବଗତ କରାଇଛୁ । ସେ ଆଉ ମଧ୍ୟ କହିଛନ୍ତି ସମ୍ବେଦନଶୀଳ ସ୍ଥାନରେ ପମ୍ପ ସେଟ୍ ରହିଛି ।ପାଣି ଜମା ହେଉଥିବା ୧୨ଟି ମୁଖ୍ୟ ସ୍ଥାନ ଚିହ୍ନଟ ହୋଇଛି । ଜଳବନ୍ଦୀ ହେଉଥିବା କିଛି ସ୍ଥାନର ସ୍ଥାୟୀ ସମାଧାନ ଏକ ଲମ୍ବା ପ୍ରକ୍ରିୟା । ଜବରଦଖଲ ଉଚ୍ଛେଦ ସହ ନାଳ ସଫା, ୱାଲ୍ ମେଣ୍ଟେନ୍ କରାଯାଉଛି। Post navigation ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ବିଜେଡି ଗୋଟିଏ ବି ଏମ୍ପି ସିଟ୍ ରଖିପାରିଲାନି, ଆମେ ଜିତିଲୁ: ଶରତ ପଟ୍ଟନାୟକ