ଆଜି ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଦେଇଛନ୍ତି ଇସ୍ତଫା । ରାଜ୍ୟରେ ଉଭୟ ବିଧାନସଭା ଓ ଲୋକ ସଭା ଆସନରେ ଦଳର ଖରାପ ପ୍ରଦର୍ଶନ ପରେ ସେ ପଦ ଛାଡ଼ିଛନ୍ତି। ଇସ୍ତଫାପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି। କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ନିଯୁକ୍ତ କରାଯାଇଥିଲା।
ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳ ଛାଡ଼ିଥିବା କାରଣ ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖିଛନ୍ତି। ସେ ନିଜକୁ ଦଳର ପରାଜୟ ଲାଗି ଦାୟୀ କରିଛନ୍ତି। ସେ କହିଛନ୍ତି, ଆମେ ଅତି କମ୍ରେ ୪୦-୪୫ ସିଟ୍ରେ ବିଜୟ ହାସଲ କରି ପାରିଥାନ୍ତୁ। ମାତ୍ର ଦଳ ସେପରି ପ୍ରଦର୍ଶନ କରି ପାରିଲାନି। କ୍ୟାମ୍ପେନ କମିଟି ତରଫରୁ ତତ୍ପରତା ପ୍ରକାଶ ପାଇ ପାରିଲାନି। ଆମେ ଯେଉଁ ହିସାବରେ ସଭା-ସମିତି କରିବା କଥା କରି ପାରିଲୁନି। ମୁଁ ନିଜେ ନିର୍ବାଚନ ନ ଲଢ଼ିଥିଲେ ହୁଏତ ପ୍ରଚାରକୁ ଅଧିକ ତ୍ୱରାନ୍ବିତ କରି ପାରିଥାନ୍ତି। ନିର୍ବାଚନ ସମୟରେ ବରିଷ୍ଠ ନେତାଙ୍କ ବୈଠକ ହୋଇ ପାରିଲାନି। ମୋ’ ପଦ ହିସାବରେ ଆହୁରି ଅଧିକ ପ୍ରଦର୍ଶନ କରିବାର ଥିଲା, ଯାହାକି କରି ପାରିଲିନି। ସେଥିପାଇଁ ନୈତିକତା ଦୃଷ୍ଟିରୁ ମୁଁ ଦଳ ଛାଡୁଛି।