ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଗାଁରେ କଂଗ୍ରେସ । ଭୋଗରାଇ ବ୍ଲକ ପଳାସିଆକୁ ଯାଇ ସୌମ୍ୟାଶ୍ରୀଙ୍କ ପରିବାରକୁ ଭେଟିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ତାଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ସୌମ୍ୟାଶ୍ରୀଙ୍କ ପରିବାରକୁ ଭେଟିଛନ୍ତି । ସୌମ୍ୟାଶ୍ରୀଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏହା ସହ କ୍ୟାଣ୍ଡଲ ଯାତ୍ରାରେ ସାମିଲ ହୋଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଅନ୍ୟପଟେ ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନର ଧମକ ଦେଇଛନ୍ତି ବିରୋଧୀ । ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସ୍କୁଲ, କଲେଜ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଅପିଲ କରିଛନ୍ତି ପିସିସି ସଭାପତି । Post navigation ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ସତର୍କ କରାଇଲା ପାଣିପାଗ ବିଭାଗ ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହରେ ଯୋଗଦାନ ସହ କଳିଙ୍ଗ ରତ୍ନ ପୁରସ୍କାର -୨୦୨୪ ପ୍ରଦାନ କଲେ ରାଷ୍ଟ୍ରପତି