bhakta-charan-das-criticizes-odisha-budget-2026
କଟକରେ ଦଶହରାରେ ମା’ ଦୁର୍ଗାଙ୍କ ଭସାଣି ସମୟରେ, ଦରଘା ବଜାର ଠାରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଏହି ଘଟଣାର ଦୃଢ଼ ନିନ୍ଦା କରିଛନ୍ତି ଭକ୍ତ ଦାସ ।
 
ଭାଇଚାରାର ସହର କଟକରେ, ଢେଲା ପଥର, ବୋତଲ ମାଡ଼ ପରି ଅପ୍ରୀତିକର ଘଟଣା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି ।
 
ଏଭଳି ଅଭାବନୀୟ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଅସଫଳ ହୋଇଛନ୍ତି । ଏହି ଘଟଣାରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ସହ ସମାଜରେ ସୌହାର୍ଦ୍ଦ୍ୟ ଓ ସଦଭାବନା ବାଜୟ ରଖିବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରନ୍ତୁ ବୋଲି ଦାସ କ୍ଷୋଭ ପ୍ରକାଶ କରି କହିଛନ୍ତି ।
 
ଦଶହରା ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀପୋଖରୀ ନିକଟରେ ଗୀତ ବଜାଇବାକୁ ବିରୋଧ କରି କାଚ ଓ ପଥର ମାଡ କରାଯାଇଥିଲା । ଏଥିରେ କଟକ ଡିସିପି ରିଷିକେଶ ଖିଲାରୀ ମଧ୍ୟ ଆହତ ହୋଇଥିଲେ । ଡିସିପିଙ୍କ ଆଖିରେ ଆଘାତ ଲାଗିଛି ।
 
ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଭସାଣି ସମୟରେ ଗୋଷ୍ଠୀ ସଂଘର୍ଷ ଘଟଣାରେ କମିଶନରେଟ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତତସହିତ, ସମ୍ବେଦନଶୀଳ ସ୍ଥାନରେ ଡ୍ରୋନ ନଜର ରଖିଛି । ସୁରକ୍ଷା ପାଇଁ ରାପିଡ଼ ଆକ୍ସନ ଫୋର୍ସ ଓ ସିଆରପିଏଫ ଫୋର୍ସ ମୁତୟନ ହୋଇଛି ।
 
 
 

By Nirvay

Leave a Reply

Your email address will not be published. Required fields are marked *