ଲୋୟର ପିଏମଜିରେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇ କଂଗ୍ରେସ କର୍ମୀ ଗୁରୁତର ଆହତ ହୋଇଛନ୍ତି । ଆହତ କଂଗ୍ରେସ କର୍ମୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଓପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଓଡି଼ଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ସମସ୍ତ ଗୁରୁତର ଆହତ କଂଗ୍ରେସ ନେତାଙ୍କୁ ଭେଟିବା ପାଇଁ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦାୟିତ୍ୱରେ ଥିବା ରୋଜଲିନା ତିର୍କୀ ମଧ୍ୟ ସେହି ଉତ୍ତେଜନାରେ ଆହତ ହୋଇଛନ୍ତି ।ଅନେକ କର୍ମୀଙ୍କ ମୁଣ୍ଡରେ ଆଘାତ ଓ କାନ୍ଧ ଭାଙ୍ଗିଯାଇ ଥିବା ଓଡ଼ିଶା କଂଗ୍ରେସ ତରଫରୁ କୁହାଯାଇଛି । ସୂଚନା ଅନୁଯାୟୀ ଯେତେବେଳେ କଂଗ୍ରେସ କର୍ମୀ ମାନେ ପୋଲିସ ଉପରକୁ ପଥର ଏବଂ ଚେୟାର ମାଡ଼ କରିଥିଲେ, ପୋଲିସ ଓଡ଼ିଶା କଂଗ୍ରେସ କର୍ମୀଙ୍କ ଉପରେ ଲାଠିଚାର୍ଜ କରିଥିଲା । Post navigation ବର୍ଷକରେ ୨୬୩ ପଡ଼ା ଗାଁକୁ ମିଳିଛି ରାଜସ୍ୱ ଗାଁର ମାନ୍ୟତା ହସ୍ପିଟାଲରେ ଚିକିତ୍ସିତ ଆହତ ପୋଲିସଙ୍କୁ ଭେଟିଲେ ଏସିପି ଓ ଡିସିପି