ଚତୁର୍ଥ ପର୍ଯ୍ୟାୟ ନିର୍ଵାଚନ ଏପ୍ରିଲ ୧ ରେ ଶେଷ ହେବାକୁ ଥିବାବେଳେ ଆଜି ଏକ ଘରୋଇ ଗଣମାଧ୍ୟମରେ ବିଧାନ ସଭା ନିର୍ବାଚନର ଏକଜିଟ ପୋଲ ପ୍ରସାରଣ କରାଯାଇଛି । ଯାହା ମଡେଲ ଆଚରଣ ସଂହିତାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଛି ।ଏହି ଘଟଣା ବିଷୟରେ ବିଜେପି ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ ନିଜ ଟ୍ୱିଟର ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରିବା ସହ ନିର୍ବାଚନ କମିଶନଙ୍କ ନିକଟରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ।
ସୂଚନାନୁସାରେ ,ନିର୍ବାଚନ ଶେଷ ହେବା ପୂର୍ବରୁ ଏକଜିଟ ପୋଲ ପ୍ରସାରଣ କରିବା ଆଇନ ବିରୁଦ୍ଧ ହୋଇଥିବା ବେଳେ ଆଜି ବିଜେଡି ଦଳର ଏକ ଘରୋଇ ଗଣମାଧ୍ୟମ ତାର ସର୍ଭେ ପ୍ରସାରଣ କରିବା ସହିତ ଖବର ପ୍ରସାରଣ ସଂସ୍ଥା ‘ଜନ କି ବାତ’  ଏକଜିଟ ପୋଲ ରିପୋର୍ଟ ମଧ୍ୟ ଦେଖାଇଛନ୍ତି ।କିନ୍ତୁ ଜନ କି ବାତ ଏହା ବିଷୟରେ କହିଛି ଯେ, ଆମେ ଓଡିଶା ନିର୍ବାଚନ ୨୦୨୪ର କୌଣସି ଏକଜିଟ ପୋଲ ରିପୋର୍ଟ ପ୍ରକାଶ କରିନାହୁଁ ।ଏହା ସହ ଏହି ବିଷୟରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *