ମଦ୍ୟପ ଶିକ୍ଷକ କଡ଼ା ଚେତାବନୀ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଶିକ୍ଷକମାନେ ନିଶାମୁକ୍ତ ରହିବା ନିହାତି ଦରକାର । ପାଠ ପଢାଇବା ବେଳେ ଶିକ୍ଷକ ଯଦି ମଦ ପିଇ ମାତାଲ ହୋଇ ଆସିବେ ତାହା ଶିକ୍ଷା ଉପରେ ପ୍ରଭାବ ପକାଇବ । ତେଣୁ ସ୍କୁଲକୁ ମଦ ପାଇ ଆସିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ବିଭାଗ ନେବ କଠୋର ପଦକ୍ଷେପ ।

ସେହିପରି ଗଣଶିକ୍ଷା ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ସ୍କୁଲ ଛୋଟ ଛୋଟ ପିଲାଙ୍କ ସହ ଜଡ଼ିତ। ତେଣୁ ପିଲାଙ୍କୁ ସ୍କୁଲକୁ ନେଇ ଯାଉଥିବା ବସ୍‌ର ଡ୍ରାଇଭର ମଦ ପିଇ ଗାଡି ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ । ପିଲାଙ୍କୁ ନେବା ଆଣିବା କରୁଥିବା ଗାଡ଼ିର ଚାଳକ ମଦ ପିଇବା ଦୁର୍ଘଟଣା ଆଶଙ୍କା ବଢ଼ାଇଥାଏ। ଯଦି ସ୍କୁଲକୁ ନେଇ ଯାଉଥିବା ବସ୍‌ର ଡ୍ରାଇଭର ମଦ ପିଏ ତେବେ ବିଭାଗ କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *