ମହାକାଳପଡ଼ାର ଚର୍ଚ୍ଚିତ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ଧରୁ ନାହିଁ । ଦିନକୁ ଦିନ ବଢୁଥିବା ବିବାଦକୁ ନେଇ ଆଜି ମୁହଁ ଖୋଲିଛନ୍ତି ମହାକାଳପଡ଼ା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ । ସେ କହିଛନ୍ତି ଜୁନ ୧୧ ତାରିଖରେ ଦୁଇ ଜଣ ସରପଞ୍ଚ ଓ ପଞ୍ଚାୟତ ଉପାଧ୍ୟକ୍ଷଙ୍କ ସହିତ ସେ ଆଲୋଚନା କରୁଥିଲେ । ଏହି ସମୟରେ ତିଖିରି ସରପଞ୍ଚ ବିଡ଼ିଓଙ୍କ କାର୍ଯ୍ୟାଳୟ ଭିତରେ ପଶି ତାଙ୍କର ପ୍ରସ୍ତାବ ରଖିଥିଲେ ଏବଂ ସରପଞ୍ଚଙ୍କ ସହିତ ଆସିଥିବା ଆଉ ଦୁଇ ଜଣ ବ୍ୟକ୍ତି ବିନା ଅନୁମତିରେ ହଠାତ୍ ପଶିଆସି ଭିଡ଼ିଓ ଉତ୍ତୋଳନ କରିଥିଲେ । ବିନା ଅନୁମତିରେ କିଛି ଲୋକ ମୋ ଚାମ୍ୱର ଭିତରେ ପଶିଥିଲେ। ମୋ ଚାମ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟି ତୁଣ୍ଡ ହେଲା। ଏହି ସମୟରେ ତିଖିରି ସରପଞ୍ଚ ଚାମେଲି ଓଝା ଭିଡିଓ କରିଥିଲେ । ସେଠାରେ ରହିଥିବା ଆଉ ଲୋକମାନେ ଭିଡିଓ କରିବାକୁ ବାରଣ କରିଥିଲେ । କିନ୍ତୁ ଭିଡ଼ିଓ ବନେଇବା ତାଙ୍କର ଅଧିକାର ବୋଲି ତିଖିରି ସରପଞ୍ଚ ଯୁକ୍ତି କରିଥିଲେ । ବିଡ଼ିଓଙ୍କ ସହିତ ଯୁକ୍ତି ତର୍କ ହେବା ସହିତ ସେଠାରେ ବସିଥିବା ଅନ୍ୟ ଏକ ଗୋଷ୍ଠୀ ସହିତ ତାଙ୍କର ବଚସା ହୋଇଥିବା । ଯାହା ଫଳରେ ବିଡ଼ିଓ ନିଜ ଚ୍ୟାମ୍ବର ଛାଡ଼ି ଚାଲିଯାଇଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ । ସେ ଆଉ ମଧ୍ୟ କହିଛନ୍ତି ଚାମେଲିଙ୍କର କୌଣସି ବିଲ୍ ପେଣ୍ଡିଂ ନାହିଁ। ବ୍ଲକ୍ କାର୍ଯ୍ୟାଳୟରେ ମାତ୍ର ଗୋଟିଏ ବିଲ୍ ବାକି ଥିଲେ । ତାଙ୍କର ୧ ଲକ୍ଷ ୧୯ ହଜାର ୫୦୦ ଟଙ୍କାର ବିଲ୍ ବକେୟା ଥିଲା । ମେ ୨ରେ ବିଲ୍ ଉପସ୍ଥାପନ କରାଯାଇଥିଲା । ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଥିବାରୁ ସେ ଧ୍ୟାନ ଦେଇପାରି ନଥିଲେ । ଜୁନ୍ ୫ ତାରିଖରେ ତିଖିରି ସରପଞ୍ଚ ପୁଣି ଥରେ କହିବା ପରେ ବିଡ଼ିଓ ନିଜେ ଜୁନ୍ ୮ ତାରିଖରେ କ୍ଷେତ୍ର ପରିଦର୍ଶନ କରି କାମ ଦେଖିଥିଲେ । ଜୁନ୍ ୧୦ ତାରିଖରେ ବିଲ୍ ମଞ୍ଜୁର କରାଯାଇଥିଲା । Post navigation Student Congress Protests in BBSR: ପାଠ୍ୟ ପୁସ୍ତକରେ ତ୍ରୁଟିକୁ ନେଇ ରାଜଧାନୀରେ ଗର୍ଜିଲା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ Odisha pushes PNG Expansion, urges LPG Consumers to shift to Cleaner Fuel