ବାରବାଟୀ ଷ୍ଟାଡିୟମ ଜଗିବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ।ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ। ଏଥିପାଇଁ ଆଜି କମିଶନରେଟ ପୋଲିସ କାର୍ଯ୍ୟାଳୟରେ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବାରବାଟୀରେ ଦିନିକିଆ ପାଇଁ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ. ଦେବଦତ୍ତ ସିଂ । ସେ କହିଛନ୍ତି ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଦୁଇ ଦଳ । ୮ ତାରିଖରେ ଅଭ୍ୟାସ ପାଇଁ କଟକ ଯିବେ ଦୁଇ ଦଳ ଓ ୯ରେ ଖେଳାଯିବ ମ୍ୟାଚ । ଏଥିପାଇଁ ୫୦ ପ୍ଲାଟୁନ ଫୋର୍ସ ସହ ବରିଷ୍ଠ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱରେ ରହିବେ । ଏହି ବୈଠକରେ ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ । ବୈଠକରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା ନେଇ ଆଲୋଚନା କରାଯାଇଛି । ସେହିପରି ଉଭୟ ଦଳର ଖେଳାଳି ଭୁବନେଶ୍ୱର ମେ ଫେୟର ହୋଟେଲରେ ରହିବାର ବ୍ୟବସ୍ଥା ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ; ଆଜିଠୁ କାଉଣ୍ଟରରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଗତକାଲି ରାତିରୁ କ୍ରିକେଟ ପ୍ରେମୀ ଲାଇନ୍ ଲଗାଇଛନ୍ତି। ଟିକେଟ ପାଇଁ ରାତି ସାରା ଧାଡି ବାନ୍ଧି ଉଜାଗର ରହିଛନ୍ତି। Post navigation ଇଓଡବ୍ଲ୍ୟୁ ଦ୍ୱାରା ଠକ ଦମ୍ପତ୍ତି ଗିରଫ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: କମିଶନଙ୍କ ତଦନ୍ତ ଶେଷ