ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ଦୁଇ ଦିନ ହେବ ପୂରା ସହରରେ କର୍ଫ୍ୟୁ ଲାଗିରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ବାଲେଶ୍ୱର ମୁନିସିପାଲିଟି ଅଞ୍ଚଳରେ ଲାଗୁ ହୋଇଥିବା କର୍ଫ୍ୟୁ ଗୁରୁବାର ଚାରି ଘଣ୍ଟା ପାଇଁ କୋହଳ କରାଯାଇଛି। ସ୍ଥିତିକୁ ଅନୁଧ୍ୟାନ କରି ଆସନ୍ତାକାଲି ସକାଳ ୭ଟାରୁ ଦିନ ୧୧ଟା ଯାଏ କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କରିପାରିବେ। ବାଲେଶ୍ୱର ସ୍ଥିତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ।