ପୁରୀ ଶ୍ବେତଗଙ୍ଗା ପୁଷ୍କରିଣୀରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରାଯାଇଛି। ପୁଅ ବାବୁସାନ ଆଜି ପରିବାର ସହ ଶ୍ବେତଗଙ୍ଗା ପୁଷ୍କରିଣୀ ଯାଇ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ବାବୁ ସାନଙ୍କ ସହ ତାଙ୍କ ସ୍ତ୍ରୀ ତୃପ୍ତି ମଧ୍ୟ ଉପସ୍ଥିତଥିବାର ଦେଖା ଯାଉଚି ।

ସୂଚନା ଯୋଗ୍ୟ; ଗତ ଫେବୃଆରୀ ୨୭ ତାରିଖରେ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସତ୍ୟନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ସେହିପରି ଭୁବନେଶ୍ବରରେ ଉତ୍ତମଙ୍କ ସୋମବାର ଦିନ ଏକାଦଶାହରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *