Author: Nirvay

ବରଗଡ଼ ନାବାଳିକା ପୋଡ଼ି ମୃତ୍ୟୁ ଘଟଣାକୁ ନେଇ ପରିବାରକୁ ଭେଟିଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ

ବରଗଡ଼ ନାବାଳିକା ପୋଡ଼ି ମୃତ୍ୟୁ ଘଟଣାକୁ ନେଇ ଫିରିଙ୍ଗିମାଲ ଗାଁରେ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ । ବରିଷ୍ଠ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ର ନେତୃତ୍ୱ ନେଇଥିଲେ…

ଆସନ୍ତାବର୍ଷଠୁ ଓପନ୍ ବୁକ୍ ଏକଜାମ୍; ବହି ଦେଖି ପରୀକ୍ଷା ଦେବେ ନବମ ଶ୍ରେଣୀ ଛାତ୍ରଛାତ୍ରୀ

ଆସନ୍ତାବର୍ଷଠୁ ଓପନ୍ ବୁକ୍ ଏକ୍ସଜାମ୍ ବା ଖୋଲା ବହି ପରୀକ୍ଷା ବ୍ୟବସ୍ଥା ଲାଗୁ କରିବ ସିବିଏସ୍ଇ । ଏଣିକି ବହି ଖାତା ଦେଖି ପରୀକ୍ଷା ଦେବେ ପିଲା । ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ନବମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିବାକୁ…

ଅକ୍ଟୋବର ୨ ରୁ କଂଗ୍ରେସ କରିବ ସମ୍ବିଧାନ ବଞ୍ଚାଓ ଅଭିଯାନ

ସମ୍ବିଧାନ ବଞ୍ଚାଅ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ତଥା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ସମ୍ବିଧାନ ବଞ୍ଚାଓ ଅଭିଯାନ କରିବ ଓଡିଶା କଂଗ୍ରେସ । ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ) ରୁ ଆରମ୍ଭ ହୋଇ ତିନିଟି ପର୍ଯ୍ୟାୟରେ…

ଡବଲ ଇଞ୍ଜିନ ସରକାରରେ ରାଜ୍ୟବାସୀ ଅସହାୟ: ବିଜେଡି

ବରଗଡ ନାବାଳିକା ମୃତ୍ୟୁ ଘଟଣାରେ ଆଇନମନ୍ତ୍ରୀ ଦେଇଥିବା ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଆତ୍ମାହୁତି କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ପାଠ ପଢ଼ାଉଥିବା ଆଇନମନ୍ତ୍ରୀ ମନେରଖିବା ଉଚିତ, ବିଜେପି ସରକାର ଉପରେ ରାଜ୍ୟବାସୀ ଭରସା ଓ…

‘ଥାର୍’ ଧକ୍କାରେ ଝିଅ ପରେ ମା’ର ମୃତ୍ୟୁ ଘଟଣା: ପାତ୍ରପଡ଼ାରେ ଉତ୍ତେଜନା

ରାକ୍ଷୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ା V2 ସାମ୍ନାରେ ଥାର ଧକ୍କାରେ ୮ ବର୍ଷର ଝିଅର ମୃତ୍ୟୁ ପରେ ଆଜି ମା’ର ମୃତ୍ୟୁ ଘଟଣାରେ ଉତ୍ତ୍ୟକ୍ତ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଦୁର୍ଘଟଣାସ୍ଥଳରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ।…

ଖୁବ ଶୀଘ୍ର ଜୟପୁରରୁ ଭୁବନେଶ୍ୱର ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଖୁବ ଶୀଘ୍ର ଜୟପୁରରୁ ଭୁବନେଶ୍ୱର ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଯାହା ଦକ୍ଷିଣ ଓଡ଼ିଶା ଏବଂ ରାଜ୍ୟ ରାଜଧାନୀ ମଧ୍ୟରେ ରେଳ ସଂଯୋଗକୁ ସୁଦୃଢ଼ କରିବ । ଏନେଇ ଜୟପୁରଠାରେ “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ଘେଷାଣା କରିଛନ୍ତି…

ବାୟୁସେନା ଯବାନ ସ୍ଵରାଜ୍ୟ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ

ଆଗରେ ଚାଲିଛନ୍ତି ଶୁଭେଚ୍ଛୁ ଓ ପରିଜନ । ପଛେ ପଛେ ବୀର ଯବାନଙ୍କ ପାର୍ଥିବ ଶରୀର । ସିଲିଣ୍ଡର ବିସ୍ଫୋରଣରେ ଆହତ ହୋଇ ମୃତ୍ୟୁବରଣ କରିଥିବା ଭାରତୀୟ ବାୟୁସେନା ଜବାନ ସ୍ୱରାଜ୍ୟ ସାହୁଙ୍କ ଶେଷକୃତ୍ୟ ପୂର୍ଣ୍ଣ ସାମରିକ ସମ୍ମାନ ସହିତ କୋଣାର୍କ,…

ମୁଠି ଚାଉଳ ଆଉ ଏକ ଟଙ୍କା ସଂଗ୍ରହ କରି ଲଢ଼ିବେ ଆଦିବାସୀ: ଭକ୍ତ ଦାସ

ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସ ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ୱ ଜନଜାତି ଦିବସ ଆଜି ଧୁମଧାମର ସହ ରାଜ୍ୟ କଂଗ୍ରେସ ଭବନ ସମ୍ମୁଖରେ ପାଳନ କରାଯାଇଛି । ଏହି ଅବସରରେ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ପେସା ଆଇନ୍ ପାଇଁ ନିର୍ଦ୍ଦେଶାବଳୀ…

ରାଇଘରର ପୀଡ଼ିତା ନର୍ସିଂ ଛାତ୍ରୀଙ୍କର ଭୁବନେଶ୍ୱର ଏମ୍ସରେ ମୃତ୍ୟୁ

ଜୀବନ ଯୁଦ୍ଧରେ ହାରିଗଲେ ନର୍ସିଂ ଛାତ୍ରୀ । ନବରଙ୍ଗପୁର ଜିଲ୍ଲା, ରାଇଘରର ପୀଡ଼ିତା ନର୍ସିଂ ଛାତ୍ରୀଙ୍କର ଭୁବନେଶ୍ୱର ଏମ୍ସରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । କହିରଖୁଛୁ ଯେ, ଏହି ଯୁବତୀଙ୍କୁ ଜଣେ ଯୁବକ ଏକତରଫା ଭଲ ପାଉଥିଲା ।…

ଅପରେସନ୍ ସିନ୍ଦୂର ଉପରେ ବାୟୁସେନା ମୁଖ୍ୟଙ୍କ ବଡ଼ ଖୁଲାସା

ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନର କ୍ଷତି ସମ୍ପର୍କରେ ବଡ଼ ଖୁଲାସା କରିଛନ୍ତି । ‘ଅପରେସନ ସିନ୍ଦୂର’ ରେ ପାକିସ୍ତାନର ୬ଟି ବିମାନ ଖସାଇଥିବା କହିଛନ୍ତି ଏପି ସିଂହ । ବେଙ୍ଗାଲୁରୁରେ ଆୟୋଜିତ…