କୋରାପୁଟ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଆକ୍ରମଣ । ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦକୁ ବିରୋଧ କରି ଡାକ୍ତରସନ୍ଦୀପ ପଣ୍ଡାଙ୍କୁ ଆକ୍ରମଣ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ୧୦ ଜଣଙ୍କୁ ଅଟକ ରଖିଲା ପୋଲିସ । ଆକ୍ରମଣ ପ୍ରତିବାଦରେ ମେଡିକାଲରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ।

ସୂଚନା ମୁତାବକ; ଗତକାଲି ଗର୍ଭବତୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁକ ଜନକ ଲମତାପୁଟ ବ୍ଲକ ଟିକରପଡା ପଞ୍ଚାୟତ ପାଞ୍ଜେଲ ଗ୍ରାମର କବିତା ଖିଲ । ଗର୍ଭବତୀଙ୍କ ମୃତ୍ଯୁ ପରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲା । ଏହାପରେ ମୃତ ମହିଳାଙ୍କ ସମ୍ପର୍କୀୟ ଶବ ବ୍ୟବଚ୍ଛେଦ ଗୃହ ଅବ୍ୟବସ୍ଥିତାକୁ ନେଇ ଡାକ୍ତରଙ୍କ ଉପରେ ରାଗି ଯାଇ ଆକ୍ରମଣ କରିଥିଲେ ।

Leave a Reply

Your email address will not be published. Required fields are marked *