ଯାଜପୁର ଧର୍ମଶାଳାରେ ପୁଣି ଅଶାନ୍ତି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ପୂର୍ବତନ ବିଧାୟକଙ୍କ ସାମାଜିକ ଗଣମାଧ୍ୟମ ପାଇଁ କାମ କରୁଥିବା କର୍ମୀମାନେ ପନ୍ତୁରୀ ସ୍ଥିତ ଘରେ ଆକ୍ରମଣ କରିଛନ୍ତି ।ଧର୍ମଶାଳା ସ୍ଥିତ ଘରେ କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ଆକ୍ରମଣ ଅଭିଯୋଗ । ବର୍ତ୍ତମାନର ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ଏଥିସହ ଫାର୍ମ ଭିତରକୁ ଧସେଇ ପଶି ସଙ୍ଘବଦ୍ଧ ଆକ୍ରମଣ ମଧ୍ୟ କରିଥିଲେ । ସେଠାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହି ଆକ୍ରମଣରେ ୪ ଗୁରୁତର କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ୧୫ ଧର୍ମଶାଳାରେ ଚିକିତ୍ସାଧୀନ ଅଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି । ଖବର ପାଇ ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଆକ୍ରମଣରେ ପ୍ରଣବ ବଳବନ୍ତରାୟ କହିଛନ୍ତି ଯାଜପୁର ପୋଲିସ ଉପରେ ଭରସା ନାହିଁ, ଡିଜିପିଙ୍କୁ ଅବଗତ କରିବି । ଅନେକ କର୍ମୀ ଆହାତ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଗାଡ଼ି ଭାଙ୍ଗି ଦେଇଛନ୍ତି । ଅନ୍ୟପଟେ ପ୍ରଣବ ବଳବନ୍ତରାୟଙ୍କ ଅଭିଯୋଗର ଜବାବ ରଖିଲେ ବିଧାୟକ ହିମାଂଶୁ ସାହୁ । ଆମ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଛି କହିଲେ ହିମାଂଶୁ ସାହୁ । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ । Post navigation Congress Vote Chori Rally: ଆମେ ଶାସନକୁ ଆସିଲେ, ତ୍ରୁଟିପୂର୍ଣ୍ଣ ଆଇନକୁ ବଦଳାଇବୁ; ଜ୍ଞାନେଶ, ସାନ୍ଧୁ ଓ ଯୋଶୀଙ୍କ ବାନ୍ଧିବୁ: କଂଗ୍ରେସ Mohammed Moquim Expelled From Congress: ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ