ଭୁବନେଶ୍ୱର : ବିଜେପି ନେତା ତଥା ଆସମ ମୁଖ୍ୟମନ୍ତ୍ରୀ ଓଡିଶା ଗ୍ରସ୍ତ ରେ ଆସି ବିଜେଡିକୁ କଡା ସମାଲୋଚନା କରିଛନ୍ତି । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ଏବଂ ରାଜ୍ୟ ବିଜେପିକୁ ବଳ ଦେବାକୁ ବିଜେଡିକୁ ଟାର୍ଗେଟ କରିଛନ୍ତି । ଭୁବନେଶ୍ୱରରେ ପ୍ରବୁଦ୍ଧ ନାଗରିକ ସମ୍ମିଳନୀରେ ନବୀନଙ୍କୁ ହିମନ୍ତ ବିଶ୍ୱଶର୍ମାଙ୍କ କଟାକ୍ଷ କରି କହିଛନ୍ତି ଯେ,’ମାଇକ ଧରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଜଣେ ଲୋକ ଦରକାର’ । ଏଭଳି ମୁଖ୍ୟମନ୍ତ୍ରୀ ଜିତିଲେ ରାଜ୍ୟର ବିକାଶ କେମିତି ହେବ । ମୁଖ୍ୟମନ୍ତ୍ରୀଙ୍କ ମାଇକ ଧରିବାକୁ କାହିଁକି କେବଳ ଜଣକୁ ସୁଯୋଗ ମିଳୁଛି । ଆଉ କୌଣସି ଓଡ଼ିଆଙ୍କୁ କାହିଁକି ନୁହେଁ, ଓଡ଼ିଆ ଲୋକଙ୍କ କଣ ଏତିକି ଯୋଗ୍ୟତା ନାହିଁ ? । ଏଥିପାଇଁ ହିଁ ଓଡ଼ିଶାରେ ପରିବର୍ତ୍ତନ ଆସିବ, ଡବଲ ଇଂଜିନ ସରକାର ହେବ ।

By SonaliP

Leave a Reply

Your email address will not be published. Required fields are marked *