ଆସ୍କା-୪୦ ଓ ବିୟର୍‌ର ଦାମ୍‌ ବୃଦ୍ଧି କଲେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିୟର୍ ବୋତଲ ପିଛା ୧୦ ଟଙ୍କା ଦାମ ବଢ଼ିଲା । ସେହିପରି ୨୦୦ ମିଲି ଆସ୍କା-୪୦ ମୂଲ୍ୟ ୬୦ ଟଙ୍କା ଥିବା ବେଳେ ଏବେ ତାହା ୭୦ ଟଙ୍କା ହୋଇଛି ।

ଆସ୍କା-୪୦ ମୂଲ୍ୟ ଶେଷଥର ପାଇଁ ୨୦୧୯ରେ ବୃଦ୍ଧି କରାଯାଇଥିଲା।୫ ବର୍ଷ ହେଲା ଦର ବଢ଼ି ନଥିବାରୁ ଆସ୍କା ଚିନି ଶିଳ୍ପ ପରିଚାଳନାରେ ନାନା ସମସ୍ୟା ଦେଖାଦେଉଥିବା କଥା କହି ବିଧାନସଭାର ଶୀତକାଳୀନ ଅଧିବେଶନରେ ବିଧାୟକ ସରୋଜ ପାଢ଼ୀ ମଧ୍ୟ ଏହି ମଦ ମୂଲ୍ୟ ବୃଦ୍ଧି କରିବା ପାଇଁ ଦାବି କରିଥିଲେ।

ଗତ ଡିସେମ୍ବର ୧ରୁ ବର୍ଦ୍ଧିତ ଦାମ୍‌ ଲାଗୁ ହୋଇଥିବା ନେଇ ଘୋଷଣା କଲେ ଅବକାରୀ ମନ୍ତ୍ରୀ । ରାଜସ୍ବ କ୍ଷତିକୁ ଦେଖି ପ୍ରାଇସ୍ ଫ୍ରିକ୍ସେସନ୍ କମିଟିର ରିପୋର୍ଟ ଆଧାରରେ ସରକାର ଏ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *