ପୁରୀରେ ପହଂଚିଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଅଶ୍ବିନୀ ବୈଷ୍ଣବ। ୧୧ଟାରେ କେନ୍ଦ୍ରମନ୍ତ୍ରୀ ପୁରୀରେ ପହଞ୍ଚିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ। ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । କଡା ସୁରକ୍ଷା ବଳୟ ମଧ୍ଯରେ ଶ୍ରୀମନ୍ଦିରକୁ ସ୍ବାଗତ କରାଯାଇଛି । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ବିଜେପି କର୍ମୀ ଓ ନେତା ତାଙ୍କୁ ସ୍ଵାଗତ କରିଥିଲୋ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ତାଙ୍କୁ ଶ୍ରୀ ମନ୍ଦିର ଭିତରକୁ ନେଇଥିଲୋ କେନ୍ଦ୍ରମନ୍ତ୍ରୀ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ମୁଣ୍ଡିଆ ମାରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ପରେ ରନ୍ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଥଲେ । ସମସ୍ତେ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରାଇବା ସହ ବିଜେପି ସରକାର ଗଠନ ପୂର୍ବରୁ ଆଶୀର୍ବାଦ ଲୋଡ଼ିଛନ୍ତି ।

ଅନ୍ୟପଟେ ଆଜି ସଂଧ୍ୟା ୫ଟାରେ ଶପଥ ନେବେ ରାଜ୍ୟରେ ପ୍ରଥମ କରି ଶାସନ ଆରମ୍ଭ କରିବାକୁ ଯାଉଥିବା ବିଜେପି ସରକାର । ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ସରକାରର ପ୍ରଥମ ଶପଥ ଗ୍ରହଣ ଉତ୍ସବକୁ ଭବ୍ୟ, ବିଶାଳ ଏବଂ ବର୍ଣ୍ଣାଢ୍ୟ କରିବାକୁ ଦୁଇ ଦିନ ଆଗରୁ ସଜେଇ ହୋଇଛି ରାଜଧାନୀର ଜନତା ମୈଦାନ ।

ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ଭିଭିଆଇପି ଓ ଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶପଥ ସମାରୋହରେ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ପକ୍ଷରୁ ମୋଟ୍‌ ୬୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବାବେଳ ସମ୍ପୂର୍ଣ୍ଣ ସଭାସ୍ଥଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।

Leave a Reply

Your email address will not be published. Required fields are marked *