ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ବିପର୍ଯ୍ୟୟର କାରଣକୁ ନେଇ ଏବେବି ମନ୍ଥନ ଚାଲିଛି । ଦଳର ନେତୃତ୍ବ କାରଣ ଖୋଜି ପାଇନଥିଲା ବେଳେ ଯେଉଁ ବିଷୟକୁ ନେଇ ଚର୍ଚ୍ଚା ହୋଇଥିଲା, ଯାହାକୁ ବିଜଦ ନେତାମାନେ ମାନୁ ନଥିଲେ ବୁଧବାର ବରିଷ୍ଠ ନେତା ତଥା ବିଧାୟକ ଡ. ଅରୁଣ ସାହୁ ସର୍ବସମ୍ମୁଖରେ ଏହାକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ୫-ଟି ପାଇଁ ଆମେ ମଲୁ । ଅର୍ଥାତ୍ ୫-ଟି କାରଣରୁ ଦଳ ପରାଜୟର ସମ୍ମୁଖୀନ ହେଲା । ଏଥିସହ ସେ ମଧ୍ୟ ଚେତାଇ ଦେଇଛନ୍ତି ଯେ ବର୍ଷ ମାନର ଭାଜପା ସରକାର ଯେଉଁ ଅସ୍ମିତାକୁ ନେଇ ପାଟି କରୁଛନ୍ତି ସେହି ଓଡ଼ିଆ ଅସ୍ମିତା ପାଇଁ ହିଁ ସେମାନେ ମରିବେ । ଅର୍ଥାତ୍ ସେମାନଙ୍କ ପରାଜୟର କାରଣ ହେବ ଓଡ଼ିଆ ଅସ୍ମିତା । କାର୍ଯ୍ୟକ୍ରମଟି ଥିଲା ଓଟିଭିର ଫୋର୍ସାଟ୍ । ୫-ଟି ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଥିଲେ ବିଧାୟକ ଡ. ସାହୁ । ପୂର୍ବରୁ ୫-ଟିକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିଲା । ତତ୍କାଳୀନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ୫ଟି ପ୍ରସଙ୍ଗରେ ପୂର୍ବ ବିଜଦ ସରକାରକୁ କାଠଗଡ଼ାକୁ ଟାଣିଥିଲେ । ଏହା ଦୁର୍ନୀତିର ଏକ କେନ୍ଦ୍ର ବୋଲି କହିଥିଲେ । କାହିଁକି ସବୁ ବିଭାଗ ୫-ଟି ଅଧୀନକୁ ଆସୁଛି, ୫-ଟିର ମନ୍ତ୍ରୀ ନାହାନ୍ତି କି ବିଭାଗ ନାହିଁ, ଏହା କିପରି ଚାଲୁଛି ? ଏହି ପ୍ରଶ୍ନ ସହ ସେ ୫-ଟି ବିଜଦର ଦୁର୍ନୀତି ବୋଲି କହିଥିଲେ । ସେତେବେଳେ ବିଜଦର ନେତାମାନେ କଡ଼ା ସମାଲୋଚନା କରିଥିଲେ ଏବଂ ଶେଷରେ କହିଥିଲେ ଯେ ୫-ଟି ଏକ ବିଚାରଧାରା । ଫୋରସାଇଟ୍ କାର୍ଯ୍ୟକ୍ରମରେ ଅରୁଣ କହିଛନ୍ତି ଯେ ୫-ଟି ପାଇଁ ଆମେ ମଲୁ । ୫-ଟି ଏକ ଖରାପ କନ୍ସେପ୍ଟ ନଥିଲା । ହେଲେ ଏହାକୁ କାର୍ଯ୍ୟକାରୀ କରିବାରେ ଭୁଲ୍ ହୋଇଗଲା । ଯେଉଁମାନେ ଦାୟିତ୍ୱରେ ଥିଲେ ସେମାନେ ଠିକ୍ ରେ ଏହାକୁ କାର୍ଯ୍ୟକାରୀ କରାଇପାରି ନଥିଲେ । ଯେଉଁ କାରଣରୁ ଏକ ଭୁଲ୍ ନ୍ୟାରେସନ କ୍ରିଏଟ୍ ହୋଇଗଲା । ଏଥିସହ ସେ କହିଛନ୍ତି ଯେ ଆମେ ମଲୁ ୫-ଟି ପାଇଁ, ସେମାନେ ମରିବେ ଓଡ଼ିଆ ଅସ୍ମିତା ପାଇଁ । ଆମେ ଏବେ ପ୍ରତିଟି କଥାରେ ଉଠାଇବୁ ଓଡ଼ିଆ ଅସ୍ମିତା କଥା । ମହାନଦୀ ନଦୀରେ ପାଣି କାହିଁ ଆସୁନି, ପୋଲାଭରମ ଉଚ୍ଚତା କାହିଁକି ବଢ଼ିଲା, ଭରତପୁର ଥାନା ଘଟଣାରେ ଓଡ଼ିଆ ଅସ୍ମିତା ଆମେ ରାସ୍ତାକୁ ଅସ୍ମିତା କେଉଁଠି ଅଛି ନେଇ ରାସ୍ତାକୁ ଓହ୍ଲାଇବୁ । ଏମିତି ପ୍ରଶ୍ନ ଉଠାଇବୁ ଯେ ସେମାନେ ବି ମରିବେ କହିଛନ୍ତି ଅରୁଣ । ଏହି ବୋଲି କାର୍ଯ୍ୟକ୍ରମ ହରିଚନ୍ଦନ କ୍ରମରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ । ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଅରୁଣ କହିଛନ୍ତି ଯେ ମୁଁ ଜଣେ ସାହିତ୍ୟିକ, ଲେଖାଲେଖି କରେ, ଓଡ଼ିଆ ଭାଷାକୁ ଭଲପାଏ । Post navigation ତାମିଲନାଡୁରେ ସ୍ବାମୀ ଓ ଛୁଆ ସମ୍ମୁଖରେ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ ବିଧାନସଭାରେ ପୂର୍ବ ସରକାରରେ ଥିବା 5Tର ପୋଲ୍ ଖୋଲିଲେ ରାଜସ୍ବ ମନ୍ତ୍ରୀ