ଶ୍ରୀମନ୍ଦିରରେ ବିଶୃଙ୍ଖଳା ଅଭିଯୋଗରେ ୨ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ଆଇନ୍ 21-A ଧାରା ଅନୁସାରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏପଟେ ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି । ଅରବିନ୍ଦ ପାଢ଼ୀଙ୍କ ଏକ୍ସ ରେ ପୋଷ୍ଟ “ଜୟ ଜଗନ୍ନାଥ। ଶ୍ରୀମନ୍ଦିରରେ କିଛି ସେବକଙ୍କ ବିଶୃଙ୍ଖଳିତ ଆଚରଣ ମନରେ ଗଭୀର ଆଘାତ ଦେଉଛି। ସ୍ପଷ୍ଟ କରୁଛୁ ଯେ, ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ। ଶ୍ରୀମନ୍ଦିରର ଗରିମା ଓ ମର୍ଯ୍ୟାଦା ଉପରେ ପ୍ରଭାବ ପକାଉଥିବା ଯେକୌଣସି ଘଟଣା ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଗ୍ରହଣ କରାଯିବ।” Post navigation ବଢିଲା ଅଣ୍ଡା ଦାମ, ଅଙ୍ଗନବାଡ଼ି କେନ୍ଦ୍ରରେ ମିଳିବ କମ ଅଣ୍ଡା ପରଲୋକରେ ପୂର୍ବତନ ବିଧାୟକ ବିଜୟ (ବାଦଲ) ମହାନ୍ତି