ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ତୀରନ୍ଦାଜର ମିଶ୍ରିତ ଦଳ ଇଭେଣ୍ଟରେ ସେମି ଫାଇନାଲରେ ଭାରତୀୟ ଯୋଡି ଅଙ୍କିତା ଭକତ-ଧୀରଜ ବୋମ୍ମାଦେୱରା । ଆଜି ଚାଲିଥିବା ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ର ମିଶ୍ରିତ ଦଳ ଇଭେଣ୍ଟରେ ଭାରତୀୟ ଯୋଡି କ୍ୱାର୍ଟର ଫାଇନାଲ ମୁକାବିଲାରେ ସ୍ପେନକୁ ୫-୩ରେ ପରାଜିତ କରି ସେମି ଫାଇନାଲ ରେ ପହଞ୍ଚିଛନ୍ତି । ଇଟାଲୀ ଓ କୋରିଆ ମଧ୍ୟରେ ହେବାକୁ ଥିବା ଅନ୍ୟ ଏକ ମୁକାବିଲାର ବିଜେତାଙ୍କୁ ସେମାନେ ସେମିରେ ଭେଟିବେ ।

ଏହା ପୂର୍ବରୁ ଆଜି ଭାରତୀୟ ଯୋଡି ଇଣ୍ଡୋନେସିଆର ଡିଆନନ୍ଦା କ୍ୟୁରୁନସିଆ ଓ ଆରିଫ ପାଙ୍ଗେସୁଙ୍କୁ ଏଲିମିନେଶନ ରାଉଣ୍ଡରେ ପରାସ୍ତ କରିଥିଲେ । ଉଭୟ ୧୦ ପଂଏଟ ସ୍କୋର କରିଥିଲେ ମଧ୍ୟ ୫-୧ ସ୍କୋରଲାଇନ ସହ ଭାରତ କ୍ୱାର୍ଟରକୁ ଉନ୍ନୀତ ହୋଇଛି । ପରେ ସ୍ପେନ ସହିତ ମୁକାବିଲାରେ ଭାରତୀୟ ଦଳ ଜିତି ସେମି ଫାଇନାଲରେ ପ୍ରବେଶ କରିଛି ।

Leave a Reply

Your email address will not be published. Required fields are marked *