ରାୟଗଡ଼ା ଜିଲା କାଶୀପୁର ବ୍ଲକ ମୁନିସିଂ ପଞ୍ଚାୟତରେ ବ୍ୟାପୁଛି ଅଜଣା ରୋଗ ଆତଙ୍କ। ଏକ ସପ୍ତାହ ମଧ୍ୟରେ ୫ ଶିଶୁଙ୍କ ମୃତ୍ୟୁ ସହ ଅନେକ ଆକ୍ରାନ୍ତ ହୋଇଛନ୍ତି ହୋଇଥିବା ସୂଚନା ମିଳିଛି । ମେଡିକାଲରେ ଜଣେ ଓ ଗାଁରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଫଳରେ ଅବହେଳିତ ସ୍ବାସ୍ଥ୍ୟସେବାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ଖଣି ଓ ଶିଳ୍ପ ସମୃଦ୍ଧ କାଶୀପୁର ବ୍ଲକ୍‌ ଡଙ୍ଗାସିଲ୍ ପଞ୍ଚାୟତର ମୁନୁଷପଦର ଗାଁ।ଅଜଣା ରୋଗରେ ବେକ ଫୁଲିବା ସହ ଖାଇବାରେ କଷ୍ଟ ଅନୁଭବ ହେଉଥିବା ଜଣାପଡିଛି।

ତେବେ ଗାଁରେ ପହଞ୍ଚି ସିଡିଏମଓ ଲାଲମୋହନ ରାଉତରାୟ ଯାଞ୍ଚ ଆରମ୍ଭ କରିଛନ୍ତି। ଅସୁସ୍ଥ ପିଲାଙ୍କ ଠାରୁ ରକ୍ତ ନମୂନା ସଂଗ୍ରହ କରି ଭୁବନେଶ୍ୱର ପଠାଯାଇଛି । ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଯାଇଛି । ଖୁବଶୀଘ୍ର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଆସିବାର ଅଛି ବୋଲି କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଲାଲମୋହନ ରାଉତରାୟ ।

ମୁନୁଷପଦର ଗାଁରେ ପ୍ରାୟ ୧୦୮ଟି ପରିବାର ବାସ କରନ୍ତି । ସମସ୍ତେ ଚାଷବାସ ସହ ଜଙ୍ଗଲ ଉପରେ ନିର୍ଭର କରି ଚଳିଥାନ୍ତି । ନାଳ ପାଣି ପିଉଥିବା ଗାଁର ଶିଶୁମାନେ ଅଜଣା ରୋଗ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *