କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ । ୧୦ ଓ ୧୧ରେ ଦୁଇ ଦିନିଆ ଗସ୍ତରେ ଆସିଥାନ୍ତେ ଅମିତ ଶାହ। ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ଆଜି ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ବିଭିନ୍ନ ସରକାରି ପ୍ରକଳ୍ପର ଶିଳାନ୍ୟାସରେ ଯୋଗ ଦେବା ସହିତ ଜନସାଧାରଣଙ୍କୁ ସମ୍ବୋଧିତ କରିବାର ଥିଲା କାର୍ଯ୍ୟକ୍ରମ। ସୂଚନା ଯୋଗ୍ୟ; କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୧୦ ଓ ୧୧ ତାରିଖରେ ଓଡ଼ିଶା ଗସ୍ତରେ ଆସିଥାନ୍ତେ । ଏହି ସମୟରେ ସେ ସମ୍ବଲପୁରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ତେବେ ଶାହଙ୍କର ଏହି ଗସ୍ତ ସ୍ଥଗିତ ରହିଛି । କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ କେଉଁ କାରଣ ପାଇଁ ବାତିଲ ହୋଇଛି ତାହାର କୌଣସି ଆନୁଷ୍ଠାନିକ ସୂଚନା ପ୍ରଦାନ କରାଯାଇ ନାହିଁ । କିନ୍ତୁ ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି । Post navigation ସଂସଦ ଭବନରେ ସର୍ବଦଳୀୟ ବୈଠକ ଆରମ୍ଭ ଅପରେସନ ସିନ୍ଦୂରରେ ଅତିକମ୍ରେ ମରିଛନ୍ତି ୧୦୦ ଆତଙ୍କବାଦୀ: ରାଜନାଥ ସିଂ