ଭୁବନେଶ୍ୱର : ଓଡିଶା ଆସିବେ ଅମିତ ଶାହ । ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ ମିଳିଛି । ଅମିତ ଶାହ ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ଓ ମେଣ୍ଟ ଘୋଷଣା ମଧ୍ୟ ସେହିଦିନ ହୋଇପାରେ ବୋଲି ଖବର ଆସୁଛି । ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଓଡିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହିକ୍ରମରେ ଏବେ ବିଜେପି କେନ୍ଦ୍ରୀୟ ନେତୃବନ୍ଦ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । କିଛି ଦିନ ତଳେ ରାଜ୍ୟ ବିଜେପି ପ୍ରଭାରୀ ଓଡିଶା ଆସିଥିଲେ । ଏପିରିକି ବୁଧବାର ଦିନ ଓଡିଶାର ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା ହୋଇଥିଲା । ସେଠାରେ କେନ୍ଦ୍ରୀୟ ନେତୃବୃନ୍ଦ ଏବଂ ରାଜ୍ୟ ବିଜେପି ନେତାଙ୍କ ସହ ଆଗାମୀ ନିର୍ବାଚନ ନେଇ ଆଲୋଚନା ହୋଇଥିଲା। Post navigation ବିଜେଡି ନେତା ଅରବିନ୍ଦଙ୍କ ପାଇଁ ପ୍ରଚାର କରିବେ ବିଜେପି ନେତା ବିଜୟ ଆଶା କର୍ମୀମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ