ଓଡ଼ିଶାର ଛାତ୍ରସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଜୟକୁ ଦେଶର ଯୁବଶକ୍ତିଙ୍କ ମଧ୍ୟରେ ‘ରାଷ୍ଟ୍ର ପ୍ରଥମ’ ବିଚାରଧାରା ପ୍ରତି ବଢ଼ୁଥିବା ସମର୍ଥନର ପ୍ରତୀକ ଭାବେ ସେ ଅଭିହିତ କରିଛନ୍ତି । ପ୍ରଥମେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଏବେ ଓଡ଼ିଶାର ୧୩ଟି ବିଶ୍ୱବିଦ୍ୟାଳୟରେ ABVPର ବିଜୟ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି ବୋଲି ଶାହ କହିଛନ୍ତି । ତାଙ୍କ ମତରେ, ଦେଶର ଯୁବପିଢ଼ି ମିଥ୍ୟା, ଭ୍ରମ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ଶକ୍ତିମାନଙ୍କ ପରିବର୍ତ୍ତେ ‘ରାଷ୍ଟ୍ର ପ୍ରଥମ’ ବିଚାରଧାରା ସହ ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି । ଏହି ନିର୍ବାଚନୀ ଫଳାଫଳ ଦେଶବିରୋଧୀ ଶକ୍ତିମାନଙ୍କ ପାଇଁ ଏକ କଡ଼ା ଜବାବ ବୋଲି ମଧ୍ୟ ଅମିତ ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହି ବିଜୟ ଛାତ୍ର ରାଜନୀତିରେ ଜାତୀୟତାବାଦୀ ବିଚାରଧାରାର ପ୍ରଭାବକୁ ପ୍ରତିଫଳିତ କରୁଥିବା ସହ ଯୁବପିଢ଼ିଙ୍କ ମଧ୍ୟରେ ରାଷ୍ଟ୍ରର ସ୍ୱାର୍ଥ ଓ ଜାତୀୟ ଏକତା ପ୍ରତି ଥିବା ପ୍ରତିବଦ୍ଧତାକୁ ଉଜାଗର କରୁଛି ବୋଲି ଗୃହମନ୍ତ୍ରୀ କହିଛନ୍ତି । Post navigation PM Modi, President Murmu to Visit Odisha: ଅକ୍ଟୋବର ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ୨୮ ଓ ୨୯ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ