ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ମୋହନ ଚରଣ ମାଝୀ କହିଛନ୍ତି ମୋଦିଙ୍କ ସଂକଳ୍ପବଦ୍ଧ ନେତୃତ୍ବ ପାଇଁ ଦେଶ ଆଗକୁ ବଢ଼ି ଚାଲିଛି । ବିଶ୍ବରେ ଅସ୍ଥିରତା ଭିତରେ ମୋଦି ଦେଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି । କୋଭିଡ୍ ସମୟରେ ସାରା ବିଶ୍ବକୁ ଟୀକା ଯୋଗାଇ ବିଶ୍ବବନ୍ଧୁ ଗୌରବ ଆଣିଛନ୍ତି । ୨୦୩୦ ସୁଦ୍ଧା ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ୨୦୨୫ ସୁଦ୍ଧା ପୂରଣ ହୋଇଛି । ଏହା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାରରୁ ମିଳିଥିବା ସଫଳତାର ତଥ୍ୟ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି କେନ୍ଦ୍ର ସରକାରଙ୍କ ୧୨ ବର୍ଷ ସହ ଓଡ଼ିଶା ସରକାରଙ୍କ ୨ ବର୍ଷ ପୂରଣ ହୋଇଛି । ଲୋକଙ୍କ ସରକାରର ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ଣ୍ଣ ହୋଇଛି । ଆମ ରେଳ ବଜେଟ୍ ପରିମାଣ ୧୦ ହଜାର ୯୨୮ କୋଟିରେ ପହଞ୍ଚିଛି । ରାଜ୍ୟରେ ଶତ ପ୍ରତିଶତ ରେଳ ବିଦ୍ୟୁତିକରଣ ସମ୍ଭବ ହୋଇ ପାରିଛି । ସେହିପରି ଜଳପଥ ସଂଯୋଗୀକରଣରେ ଅନୁଗୁଳ-କଳିଙ୍ଗନଗର-ଧାମରା- ପାରାଦୀପ ଯୋଡ଼ିହେବ । ଜାତୀୟ ରାଜପଥ ପାଇଁ ୮୦ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି । ଜାତୀୟ ରାଜପଥକୁ ନେଇ ୨୩୦ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି । ଏହା ସହ ନକ୍ସଲମୁକ୍ତ ଅଞ୍ଚଳରେ କେନ୍ଦ୍ରର ଗ୍ରାମୋଦୟ ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ସହ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଆମ ରାଜ୍ୟ ସାରା ଦେଶରେ ପ୍ରଥମ । ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷ ୪୭ ହଜାର ଲକ୍ଷପତି ଦିଦି ସୃଷ୍ଟି କରିପାରିଛୁ । ଏମାନଙ୍କ ମଧ୍ୟରୁ କିଛି ମହିଳା ନିଜକୁ ଉଦ୍ୟୋଗୀ କରିପାରିଛନ୍ତି ଏବଂ ରାଜ୍ୟର ୧୨ ଲକ୍ଷ ମତ୍ସ୍ୟଜୀବୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆପଣାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଉ ମଧ୍ୟ କହିଛନ୍ତି ଡବଲ ଇଞ୍ଜିନ ସରକାରଙ୍କ ସମନ୍ୱିତ ପ୍ରୟାସରେ କୃଷକଙ୍କ ବିକାଶ ହୋଇଛି। ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବନ ସହ ଓଡ଼ିଶାର କୃଷି ଭିତ୍ତିଭୂମିକୁ ମଜବୁତ କରିଛି । କୃଷକଙ୍କ ସର୍ବାଙ୍ଗୀନ ବିକାଶ ଓ କଲ୍ୟାଣ ସରକାରଙ୍କ ପ୍ରାଥମିକତା ଦିଆଯାଇଛି । ସମୃଦ୍ଧ କୃଷକ ଯୋଜନା’ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି। ସିଏମ୍ କିଷାନ ଯୋଜନା’ରେ କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରାଯାଇଛି। ସେହିପରି ‘କାମଧେନୁ ଯୋଜନା’ ମାଧ୍ୟମରେ ଦୁଗ୍ଧ ଚାଷୀ ସଶକ୍ତୀକରଣ ହୋଇଛନ୍ତି । Post navigation Maoist Explosives Recovered in Malkangiri: ମାଲକାନଗିରିରେ ମାଟି ତଳୁ ମିଳିଲା ମାଓ ବିସ୍ଫୋରକ ଜବତ Odisha CM seeks Name Change for Jagannath Temple in Digha